ମୁମ୍ବାଇ: ଦର୍ଶକ ଦୀର୍ଘ ସମୟରୁ ଚୁଲବୁଲି ତାପସୀ ପନ୍ନୁ ଓ ଭୂମି ପେଡନେତରଙ୍କ ଅଭିନୀତ ଫିଲ୍ମ ‘ଷାଣ୍ଢ କି ଆଖଁ’ ଦେଖିବାକୁ ବ୍ୟାକୁଳ ଅଛନ୍ତି । ଏଯାବତ ସାମ୍ନାକୁ ଆସିଥିବା ଫିଲ୍ମର ଟ୍ରେଲର ଓ ଗୀତ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି । ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ନୂଆ ଗୀତ ‘ଆସମାଁ’ ।
‘ଆସମାଁ’ ଗୀତରେ ଗୋଟିଏ ପଟେ ସୁଟର ଦାଦିଙ୍କ ସୁଟିଂ ଚାମ୍ପିଅନ ହେବା ପର୍ଯ୍ୟନ୍ତ ସଂଘର୍ଷମୟ କାହାଣୀ ଦେଖିବାକୁ ମିଳୁଥିବା ବେଳେ, ଅନ୍ୟପଟେ ପୁରୁଷ ପ୍ରାଧାନ୍ୟ ସମାଜର କିଛି ଝଲକ ରହିଅଛି । ଏହି ହୃଦୟବିଦାରକ ଗୀତଟି ଆପଣଙ୍କ ଆଖିରେ ଲୁହ ଆଣିବା ସହ ପ୍ରେରଣା ମଧ୍ୟ ଯୋଗାଇବ ।
- " class="align-text-top noRightClick twitterSection" data="">
‘ଆସମାଁ’ ଗୀତରେ ମ୍ୟୁଜିକର ତଡକା ଲାଗାଇଛନ୍ତି ବିଶାଲ ମିଶ୍ରା । ସେହିପରି ଏହି ଦମଦାର ଗୀତର ଲିରିକ୍ସ ଲେଖିଛନ୍ତି ରାଜ୍ ଶେଖର । ସବୁଠାରୁ ମୁଖ୍ୟ କଥା ହେଲା କି ଦୀର୍ଘ ସମୟ ପରେ ବିଶିଷ୍ଟ ଗାୟିକା ଆଶା ଭୋଂସଲେଙ୍କ କଣ୍ଠ ଏହି ଗୀତରେ ଶୁଣିବାକୁ ମିଳୁଛି ।
ପ୍ରକାଶ ଥାଉକି ଫିଲ୍ମ ଟ୍ରେଲର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଇଥିଲା । ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ‘ଷାଣ୍ଢ କି ଆଖଁ’ରେ ତାପସୀ ଓ ଭୂମିଙ୍କ ବ୍ୟତୀତ ‘ମୁକ୍କାବାଜ’ ଫେମ ବିନୀତ ସିଂ ଓ ପ୍ରକାଶ ଝା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଦୁଇ ବୃଦ୍ଧା ସାର୍ପସୁଟରଙ୍କ ବାସ୍ତବ କାହାଣୀକୁ ନେଇ ଆଧାରିତ ‘ଷାଣ୍ଢ କି ଆଂଖ’ ଏମାସ 25ରେ ରିଲିଜ ହେବ ।