ETV Bharat / sitara

ମୁହଁ ଖୋଲିଲେ ସୁସ୍ମିତାଙ୍କ ଏକ୍ସ ବୟଫ୍ରେଣ୍ଡ ରୋହମନ, କହିଲେ ଦୁଃଖ ଲାଗୁଛି କଷ୍ଟ ବି ହେଉଛି - ସୁସ୍ମିତାଙ୍କ ଏକ୍ସ ବୟଫ୍ରେଣ୍ଡ ରୋହମନ

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ଏକ୍ସ ବୟଫ୍ରେଣ୍ଡ ରୋହମାନ ଏବେ ଚର୍ଚ୍ଚାରେ ଅଛନ୍ତି । ବ୍ରେକଅପ୍ ପରେ ପ୍ରଥମ ଥର ପାଇଁ ରୋହମାନ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ମୁହଁ ଖୋଲିଲେ ସୁସ୍ମିତାଙ୍କ ଏକ୍ସ ବୟଫ୍ରେଣ୍ଡ ରୋହମନ, କହିଲେ ଦୁଃଖ ଲାଗୁଛି କଷ୍ଟ ବି ହେଉଛି

author img

By

Published : Jan 15, 2022, 5:20 PM IST

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଏବଂ ଏକ୍ସ ବୟଫ୍ରେଣ୍ଡ ରୋହମାନ ଏବେ ଚର୍ଚ୍ଚାରେ ଅଛନ୍ତି । ସୁସ୍ମିତା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ବ୍ରେକଅପ୍ ସମ୍ପର୍କରେ ସୂଚନା ସେୟାର କରିଥିଲେ। ତେବେ ସୁସ୍ମିତା ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ସେମାନଙ୍କ ମଧ୍ୟରେ କେବଳ ବନ୍ଧୁତା ଅଛି ଏବଂ ସେମାନେ ସବୁବେଳେ ବନ୍ଧୁ ପରି ଏକାଠି ରହିବେ। ଏହା ପରେ ସୁସ୍ମିତା ତାଙ୍କର ଅନେକ ପୋଷ୍ଟ, ସାକ୍ଷାତକାର ଏବଂ ଲାଇଭରେ ତାଙ୍କ ସମ୍ପର୍କ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା ​। ତେବେ ବ୍ରେକଅପ୍ ପରେ ପ୍ରଥମ ଥର ପାଇଁ ରୋହମାନ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଶୁକ୍ରବାର ଦିନ ସୁସ୍ମିତା ସେନଙ୍କ ପୂର୍ବତନ ପ୍ରେମିକ ରୋହମାନ ଇନଷ୍ଟାଗ୍ରାମରେ Ask Me Anything ସେସନ୍‌ ରଖିଥିଲେ। ଏହି ସମୟରେ ରୋହମାନ ପ୍ରଶଂସକଙ୍କ ଦ୍ବାରା ପଚରାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇଥଲେ । ଏହି ସମୟରେ ସେ ଆହୁରି ମଧ୍ୟ ଈଶାରା ଦେଇଛନ୍ତି ଯେ ସେ ଖୁବ୍ ଶୀଘ୍ର ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥି ସହିତ କୋଭିଡ -19 ରୁ ସୁସ୍ଥ ହେବା ପରେ ସେ ଜୀବନରୁ କ'ଣ ଶିଖିଲେ ସେ ବିଷୟରେ ମଧ୍ୟ କହିଛନ୍ତି ।

ଏହି ସମୟରେ ଜଣେ ଉପଭୋକ୍ତା ରୋହମାନଙ୍କୁ ପ୍ରଶ୍ନ ପଚାରିଲେ, 'ତୁମେ ଏହି କୋଭିଡରୁ ଏବଂ ସୁସ୍ଥ ହେବା ପରେ ଜୀବନ ବିଷୟରେ କ’ଣ ଶିଖିଲ ?' ରୋହମାନ ଉତ୍ତରରେ କହିଛନ୍ତି, 'ସମସ୍ୟା ଯେତେ ବଡ଼ ଏବଂ ଜଟିଳ ହେଉନା କାହିଁକି, ଯଦି ତୁମର ଇଚ୍ଛା ଶକ୍ତି ଶକ୍ତିଶାଳୀ ତେବେ ତୁମେ ଏହାର ସମାଧାନ କରିପାରିବ | ଏହା ହେଉଛି ସବୁଠାରୁ ବଡ ଶିକ୍ଷା। ହଁ ଦୁଃଖ ହୋଇଥାଏ, ଏହା କଷ୍ଟ ବି ହୋଇଥାଏ ଏବଂ ରହିଥାଏ, କେବଳ ମନେରଖ ଯେ ଶେଷରେ ଆପଣଙ୍କୁ ହିଁ ଏହାର ଫାଇଦା ମିଳିବ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.