ETV Bharat / sitara

ମହେଶଙ୍କ ସହ ହାତ ମିଶାଇଲେ ସୁଶାନ୍ତଙ୍କ ବନ୍ଧୁ ସନ୍ଦୀପ, ନିର୍ମାଣ କରିବେ ଫିଲ୍ମ - ସ୍ବାଧୀନତା ସଂଗ୍ରାମୀ ବିନୟକ ଦାମୋଦର ସାବରକରଙ୍କ ବାୟୋପିକ

ଘୋଷଣା ହୋଇଯାଇଛି ସାବରକରଙ୍କ ବାୟୋପିକ । ମହେଶଙ୍କ ସହ କାମ କରିବେ ସନ୍ଦୀପ ସିଂ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ଦୀପ ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ଦୀପ ସିଂ
author img

By

Published : May 29, 2021, 7:24 PM IST

ମୁମ୍ବାଇ: ଫିଲ୍ମ ନିର୍ମାତା ମହେଶ ମଞ୍ଜରେକର ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସାବରକରଙ୍କ ବାୟୋପିକରେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ । ଯାହାର ଟାଇଟେଲ ରଖାଯାଇଛି ‘ସ୍ବତନ୍ତ୍ର ବୀର ସାବରକର’ । ଶୁକ୍ରବାର ତାଙ୍କର 138ତମ ଜନ୍ମ ବାର୍ଷିକୀରେ ଏହା ଘୋଷଣା କରାଯାଇଥିଲା । ଏହି ବାୟୋପିକ ଲଣ୍ଡନ, ଆଣ୍ଡାମାନ ଏବଂ ନିକୋବର, ମହାରାଷ୍ଟ୍ରରେ ସୁଟିଂ କରାଯିବ। ଫିଲ୍ମରେ ଜଡିତ ଅଭିନେତାଙ୍କ ସମେତ ଅନ୍ୟାନ୍ୟ ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ସେହିପରି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ନିର୍ମାତା ସନ୍ଦୀପ ସିଂ ଏହି ଫିଲ୍ମର ନିର୍ମାତା ରୂପେ କାମ କରୁଛନ୍ତି । ଏହାର ଘୋଷଣା କରି ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ ।

ସେ ଫିଲ୍ମର ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସ୍ବାଧୀନତା ଇତିହାସର ପୁରା କଥା ଜାଣିବା ଏବେ ବାକି ଅଛି । ଖୁବଶୀଘ୍ର ସାକ୍ଷାତ କରିବେ ସ୍ବତନ୍ତ୍ର ବୀର ସାବରକରଙ୍କ ସହ ।’

ସେହିପରି ସେ ସାବରକରଙ୍କ ବିଷୟରେ ଆଲୋଚନା କରି କହିଛନ୍ତି, ‘ସମାନ ପରିମାଣରେ ବୀର ସାବରକରଙ୍କୁ ସମ୍ମାନିତ ଏବଂ ସମାଲୋଚନା କରାଯାଏ । ତାଙ୍କୁ ଆଜି ଏକ ପୋଲାରାଇଜିଂ ଚିତ୍ରରେ ପରିଣତ କରାଯାଇଛି କିନ୍ତୁ ମୁଁ ଅନୁଭବ କରୁଛି କାରଣ ଲୋକେ ତାଙ୍କ ବିଷୟରେ ଯଥେଷ୍ଟ ଜାଣନ୍ତି ନାହାଁନ୍ତି । କେହି ହେଲେ ଅସ୍ବୀକାର କରିପାରିବେ ନାହିଁ ଯେ ସେ ଆମର ସ୍ବାଧୀନତା ସଂଗ୍ରାମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଥିଲେ ଏବଂ ଆମର ପ୍ରୟାସ ହେଉଛି ତାଙ୍କ ଜୀବନ ଏବଂ ଯାତ୍ରାରୁ କିଛି ଶିଖିବା ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.