ମୁମ୍ବାଇ: କିଙ୍ଗ ଖାନ ଶାହରୁଖଙ୍କ ଫ୍ୟାନ୍ସଙ୍କ ପାଇଁ ବୁଧବାର ସକାଳୁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଗତ ଦୁଇବର୍ଷରୁ ତାଙ୍କୁ ବଡ ପରଦାରେ ଦେଖିବାକୁ ଅପେକ୍ଷା କରିଥିବା ଦର୍ଶକଙ୍କ ପାଇଁ ଖୁସି ଖବର । କାରଣ ଆରମ୍ଭ ହେଲା ତାଙ୍କ ଅପକମିଂ ଫିଲ୍ମ ‘ପଠାନ’ର ସୁଟିଂ । ଏହାପୂର୍ବରୁ ୟଶରାଜ ଷ୍ଟୁଡିଓ ଏବଂ ନିର୍ମାତା ସିଦ୍ଧାର୍ଥ ଆନନ୍ଦଙ୍କ ପକ୍ଷରୁ କୁହାଯାଇଥିଲା ଯେ ଶାହରୁଖ ଆଜି ‘ପଠାନ’ର ସୁଟିଂ ଆରମ୍ଭ କରିବେ ଏବଂ ପ୍ରଥମ ସଟ ବର୍ତ୍ତମାନଠାରୁ ଏକ ଘଣ୍ଟା କିମ୍ବା ଦୁଇ ଘଣ୍ଟା ମଧ୍ୟରେ ଆରମ୍ଭ ହେବ ।
ଏହି ଫିଲ୍ମରେ ଶାହରୁଖଙ୍କ ସହ ଅତିଥି ଅଭିନେତା ରୂପେ ନଜର ଆସିବେ ସୁପରଷ୍ଟାର ସଲମାନ ଖାନ । ନିକଟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଖାଲି ଏତିକି ନୁହେଁ ଫିଲ୍ମରେ ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ଓ ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୟ ଯାଦୁ ମଧ୍ୟ ଦେଖିବାକୁ ମିଳିବ ।
ପ୍ରକାଶ ଥାଉକି ଶେଷଥର ଶାହରୁଖ ‘ଜିରୋ’ରେ ନଜର ଆସିଥିଲେ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ । ଫିଲ୍ମ ଫ୍ଲପ ହେବା ପରଠୁ ଏଯାବତ ଶାହରୁଖ ଅନ୍ୟ କୌଣସି ଫିଲ୍ମରେ ନଜର ଆସିନାହାଁନ୍ତି । ହେଲେ ପ୍ରଯୋଜନାରେ କରିସାରିଛନ୍ତି ଅନେକ ପ୍ରୋଜେକ୍ଟରେ କାମ ।