ମୁମ୍ବାଇ: ଆଜି 53 ବର୍ଷରେ ପଦାର୍ପଣ କରିଛନ୍ତି ବି-ଟାଉନର ଖିଲାଡି ଅକ୍ଷୟ କୁମାର । ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବାରେ ଲାଗିଛନ୍ତି ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି । ସେପଟେ ତାଙ୍କ ଅପକମିଂ ଫିଲ୍ମ ‘ବେଲ ବଟମ’ ମେକର୍ସ ମଧ୍ୟ ତାଙ୍କୁ ବର୍ଥଡେରେ ଖାସ୍ ଉପହାର ଦେଉଛନ୍ତି । ଆଜ୍ଞା ହଁ, ଜନ୍ମଦିନ ଅବସରରେ ‘ବେଲ ବଟମ’ରୁ ତାଙ୍କ ନୂଆ ଲୁକ ପୋଷ୍ଟର ଜାରି କରିଦେଇଛନ୍ତି ।
- " class="align-text-top noRightClick twitterSection" data="
">
ପୂଜା ଏଣ୍ଟରଟେନମେଣ୍ଟ ଦ୍ବାରା ଇନଷ୍ଟାଗ୍ରାମରେ ଏହି ପୋଷ୍ଟର ସେୟାର କରାଯାଇଛି । ଯେଉଁଥିରେ ଖିଲାଡିଙ୍କ ସ୍ବାଗ ଅବତାର ଦେଖିବାକୁ ମିଳୁଛି । ସେହିପରି ଏହି ପୋଷ୍ଟରେ ବର୍ଥଡେ କେକେ ଇମୋଜି ପୋଷ୍ଟ କରାଯାଇଛି । ଫିଲ୍ମ ‘ବେଲ ବଟମ’ରେ ଅକ୍ଷୟଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ବାଣୀ କପୁର । ଏହି ଯୋଡିଙ୍କ ବ୍ୟତୀତ ଅଭିନେତ୍ରୀ ଲାରା ଦତ୍ତ ଓ ହୁମା କୁରୈଶୀ ମଧ୍ୟ ମୁଖ୍ୟ ଭୂମିକାରେ ଫିଲ୍ମରେ ଅଭିନୟ କରୁଥିବାର ଦେଖାଯିବେ । ଅକ୍ଷୟଙ୍କ ସହ ପ୍ରଥମଥର କାମ କରିବାକୁ ନେଇ ନିକଟରେ ଖୁସି ପ୍ରକାଶ କରିଥିଲେ ବାଣୀ । ସେହିପରି ଫିଲ୍ମ ଆସନ୍ତା ବର୍ଷ ଏପ୍ରିଲ 2ରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।
ପ୍ରକାଶ ଥାଉକି ଫିଲ୍ମର ସୁଟିଂ ପାଇଁ ନିକଟରେ ୟୁକେ ଯାତ୍ରା କରିଥିଲେ ‘ବେଲ ବଟମ’ ଷ୍ଟାର୍ସ । ମୁମ୍ବାଇର ବାସ୍ତବ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ରଞ୍ଜୀତ ଏମ ତିୱାରୀ । ସେହିପରି ଫିଲ୍ମର ପ୍ରଥମ ପୋଷ୍ଟର ଗତ ନଭେମ୍ବର ମାସରେ ରିଲିଜ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ