ETV Bharat / sitara

ସବୁ ସୁରକ୍ଷା ସହ ୟୁକେ ଯାତ୍ରା କରିବେ ‘ବେଲ ବଟମ’ ଷ୍ଟାର୍ସ - ଖିଲାଡିଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବେଲ ବଟମ’ର ସୁଟିଂ

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଖିଲାଡିଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବେଲ ବଟମ’ର ସୁଟିଂ । ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ୟୁକେରେ ହେବ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Jul 27, 2020, 4:27 PM IST

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ନିଜ ଆଗାମୀ ଫିଲ୍ମ ‘ବେଲ ବଟମ’କୁ ନେଇ ଚର୍ଚ୍ଚାରେ । ଯାହାର ସୁଟିଂ ପାଇଁ ସେ ଖୁବଶୀଘ୍ର ପୁରା ଟିମ ସହ ବ୍ରିଟେନ ଯାତ୍ରା କରିବେ । ସେପଟେ କୋରୋନା ମହମାରୀ ମଧ୍ୟରେ ପୁରା ଟିମର ସୁରକ୍ଷା ନିଶ୍ଚିତ କରିବାକୁ ମେକର୍ସ ଏକ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ଫିଲ୍ମରେ ଅକ୍ଷୟଙ୍କ ସହ ବାଣୀ କପୁର, ହୁମା କୁରୈଶୀ ଓ ଲାରା ଦତ୍ତ ମୁଖ୍ୟ ଭୂମିକାରେ ନଜର ଆସୁବେ । ଏହି ତିନି ଅଭିନେତ୍ରୀ ମଧ୍ୟ ଅଭୟଙ୍କ ସହ ୟୁକେ ଯିବେ ।

ଏହି ଅବସରରେ ଅକ୍ଷୟ କହିଛନ୍ତି ଯେ କୋରୋନା ପ୍ରକୋପକୁ ଦୃଷ୍ଟି ରଖି ମେକର୍ସ ସବୁ କଳାକାରଙ୍କ ସୁରକ୍ଷା ପାଇଁ ଅନେକ ପଦକ୍ଷେପ ଆପଣାଇଛନ୍ତି । ପ୍ରଡକ୍ସନ ହାଉସ ପୁରା ଟିମକୁ ବିଦେଶ ନେବା ପାଇଁ ଚିକିତ୍ସା ସୁବିଧାଠୁ ଆରମ୍ଭ କରି ବିଶେଷ ଫ୍ଲାଇଟର ବ୍ୟବସ୍ଥା କରିବ।

ପ୍ରକାଶ ଥାଉକି ଫିଲ୍ମ ନିର୍ମାଣ ବାସୁ ଭଗନାନୀଙ୍କ ପୂଜା ଏଣ୍ଟରଟେନମେଣ୍ଟରେ କରାଯାଉଛି । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ଦ୍ଦେଶକ ରଞ୍ଜୀତ ଏମ. ତିୱାରୀ । ସେ ମଧ୍ୟ ଫିଲ୍ମ ସୁଟିଂ ଆରମ୍ଭ ହେବା ଉପରେ କହିଥିଲେ ଯେ କୋରୋନା ମହାମାରୀରେ ଫିଲ୍ମ ସୁଟିଂ କରିବା କୌଣସି ଚ୍ୟାଲେଞ୍ଜଠୁ କମ ନୁହେଁ । ହେଲେ ଷ୍ଟାର୍ସ ଫିଲ୍ମ ସୁଟିଂକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି।

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.