ETV Bharat / sitara

କିଙ୍ଗ୍‌ ଖାନଙ୍କୁ ମିଳୁଛି ବଲିଉଡର ସମର୍ଥନ, ଏମିତି କହିଲେ ରାଜ ବବର-ବିଶାଲ ଦଦଲାନି

author img

By

Published : Oct 10, 2021, 10:27 PM IST

ସୁପୁତ୍ର ଆର୍ୟାନ ଖାନ ଜେଲ ଯିବା ପରେ ଚାପଗ୍ରସ୍ତ ଶାହାରୁଖ ଖାନ ଓ ଗୌରୀ ଖାନ । ଏହି ସମୟରେ ଦମ୍ପତିଙ୍କ ସମର୍ଥନ କରିଛି ବଲିଉଡ । ଅଧିକ ପଢ଼ନ୍ତୁ...

SRK finds more industry support amid Aryan Khan's arrest: Fighter's son will fight back

ମୁମ୍ବାଇ: ରେଭ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଆର୍ୟାନ ଖାନ । ସୁପୁତ୍ର ଆର୍ୟାନ ଖାନ ଜେଲ ଯିବା ପରେ ଚାପଗ୍ରସ୍ତ ଶାହାରୁଖ ଖାନ ଓ ଗୌରୀ ଖାନ । ଏହି ସମୟରେ ଦମ୍ପତ୍ତିଙ୍କ ସମର୍ଥନ କରିଛି ବଲିଉଡ । ବହୁ ବଲିଉଡ ଫିଲ୍ମ କଳାକାର ଶାହାରୁଖଙ୍କ ସମର୍ଥନ କରିଛନ୍ତି ।

ସଙ୍ଗୀତ ନିର୍ଦ୍ଦେଶକ ବିଶାଳ ଦଦଲାନି, ଅଭିନେତା ଶେଖର ସୁମନ, ଅଭିନେତା ରାଜ୍‌ ବବର ଶାହାରୁଖଙ୍କ ସମର୍ଥନ କରି ଜଣେ ଯୋଦ୍ଧାଙ୍କ ସହ ତୁଳନା କରିଛନ୍ତି । ଗତ ଅକ୍ଟୋବର ୩ ତାରିଖରେ ଆର୍ୟାନଙ୍କ ସହ ଅନ୍ୟ ୭ ଜଣଙ୍କ ସହ ଡଗ୍‌ସ କ୍ରୁଜ ପାର୍ଟିରୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ମୁମ୍ବାଇ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ବର୍ତ୍ତମାନ ଆର୍ଥର ରୋଡ ଜେଲରେ ଅଛନ୍ତି ।

ଏହାକୁ ନେଇ ରାଜ୍‌ ବବର ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ନିଜ ଜୀବନରେ ବହୁ ସଂଘର୍ଷ କରିଛନ୍ତି ଶାହାରୁଖ । ଏଥିପାଇଁ ସାରା ବିଶ୍ବରେ ସେ ଶାହାରୁଖ ନାମରେ ପରିଚିତ । ସେ କୌଣସି ଯୋଦ୍ଧାଠୁ କମ୍‌ ନୁହଁନ୍ତି । ତାଙ୍କ ପୁଅ ପାଇଁ ଏବେ ଲଢ଼ିବା ସମୟ ଆସିଛି । ଦୁନିଆ ତାଙ୍କୁ ଆଜି କାଠଗଡ଼ାରେ ଠିଆ କରିଛି । ନିଶ୍ଚିତ ଭାବରେ ସେ ଯୋଦ୍ଧା ଲଢ଼ିବେ ବୋଲି ମୋର ଆଶା ।"

  • He came faced & achieved a conquest unparalleled. Hv known @iamsrk for long to know hardships won't deter his soul. As the world teaches his young boy thru wounds, am sure the fighter's son will definitely fight back. Blessings to the young man.

    — Raj Babbar (@RajBabbarMP) October 10, 2021 " class="align-text-top noRightClick twitterSection" data=" ">

ସେପଟେ ସଙ୍ଗୀତ ନିର୍ଦ୍ଦେଶକ ବିଶାଳ ଦଦଲାନି ମଧ୍ୟ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ମୁଁ ଶାହାରୁଖଙ୍କୁ ସମର୍ଥନ କରୁଛି । ଅଦାନୀ ପୋର୍ଟରୁ ୩୦୦୦ କେଜି ଡ୍ରଗ୍‌ସ ଜବତକୁ ନେଇ କୌଣସି ମିଡିଆରେ ଚର୍ଚ୍ଚା ହେଉନାହିଁ । ସେପଟେ ଜଣେ ଚାଷୀଙ୍କ ପୁଅକୁ ଜଣେ ନେତାଙ୍କ ପୁଅ ହତ୍ୟା କରିଛି ତାହାକୁ ନେଇ ମଧ୍ୟ ଚର୍ଚ୍ଚା ହେଉନାହିଁ । କିନ୍ତୁ ଶାହାରୁଖ ଖାନଙ୍କ ପୁଅର ଚର୍ଚ୍ଚା ଜୋର ଧରିଛି । ସବୁ କିଛି ଆପଣଙ୍କ ସାମ୍ନାରେ ହେଉଛି ।"

  • If Composers count, I am.

    SRK and his family are being used as a smokescreen, a soft target to distract from the 3000kg Talibani-drug haul at the Adani port, and to distract from the murder of farmers by the son of a BJP member/MLA.

    Straight-up. https://t.co/dtk4YJ7ZHW

    — VISHAL DADLANI (@VishalDadlani) October 9, 2021 " class="align-text-top noRightClick twitterSection" data=" ">

ଏହାପରେ ଶେଖର ସୁମନ ମଧ୍ୟ ଟ୍ବିଟ୍‌ କରି କହିଛନ୍ତି ଯେ, "ଶାହାରୁଖ ଖାନଙ୍କୁ ମୁଁ ସମର୍ଥନ ଦେଉଛି । ଯେତେବେଳେ ୧୧ ବର୍ଷ ବୟସରେ ମୋ ପୁଅର ମୃତ୍ୟୁ ହୋଇଥିଲା ସେତେବେଳେ କେବଳ ଶାହାରୁଖ ଖାନ ହିଁ ମୋ ପ୍ରତି ସମବେଦନା ଜଣାଇଥିଲେ । ଏ ଖରାପ ସମୟ ବି ବିତିଯିବ ।"

  • When i lost my elder son Aayush at age 11 Shahrukh Khan was the only actor who came to me personally while i was shooting at film city,hugged me and conveyed his https://t.co/LLwSlEJiOt extremely pained to know what he must be going thru as a father @iamsrk

    — Shekhar Suman (@shekharsuman7) October 9, 2021 " class="align-text-top noRightClick twitterSection" data=" ">

ଏହାପୂର୍ବରୁ ବଲିଉଡ ଅଭିନେତା ହ୍ରିତିକ ରୋଶନ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଶାହାରୁଖ ଓ ଆର୍ୟାନ୍‌ଙ୍କୁ ସମର୍ଥନ ଦେଇଥିଲେ । ଶାହାରୁଖ ଖାନ୍‌ଙ୍କ ପୁଅ ହୋଇଥିବାରୁ ତାଙ୍କ ପ୍ରତି ବିଶ୍ବ ନିର୍ଦ୍ଦୟ ହୋଇ ପଡ଼ିଥିବା ସେ ଲେଖଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.