ମୁମ୍ବାଇ: ସବୁଠାରୁ ବଡ ଦାନ ହେଉଛି ଚାକିରୀ ଦେବା ବୋଲି ବଲିଉଡ ଅଭିନେତା ତଥା ସାମାଜିକ କର୍ମୀ ସୋନୁ ସୁଦ ଟ୍ବିଟ ଯୋଗେ ରବିବାର କହିଛନ୍ତି । ତେବେ ବର୍ତ୍ତମାନ କୋରୋନା ମହାମାରୀ ହଜାର ହଜାର ଲୋକଙ୍କ ଚାକିରୀ ହରାଇଥିବାବେଳେ ସୋନୁ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ଏହି ସମୟରେ ସୋନୁ ତାଙ୍କ ସୁଦ ଚ୍ୟାରିଟି ଫାଉଣ୍ଡେସନ ମାଧ୍ୟମରେ ମାଗଣା CA(ଚାଟାର୍ଡ ଆକାଉଣ୍ଟାଣ୍ଟ) ଶିକ୍ଷା ପ୍ରଦାନ ପାଇଁ ଏକ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏହା ମାଧ୍ୟମରେ ଅଭିନେତା ଦକ୍ଷ ଛାତ୍ରମାନଙ୍କୁ ମାଗଣା କୋଚିଂ, ଇଣ୍ଟର୍ନସିପ୍ ସୁଯୋଗ ଏବଂ ଶେଷରେ ଚାକିରୀ ପାଇବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଏ ସମ୍ପର୍କରେ ସୋନୁ ନିକଟରେ ଟ୍ବିଟ କରି କହିଛନ୍ତି, "ଭାରତର ଅର୍ଥନୀତି ବୃଦ୍ଧି ପାଇଁ ଆମକୁ ଉଜ୍ଜ୍ବଳ CAର ଆବଶ୍ୟକତା ରହିଛି। ଏକ ଛୋଟ ପଦକ୍ଷେପ।"
ଏହାସହିତ କେରଳର କେତେକ ସ୍ଥାନରେ ଇଣ୍ଟରନେଟ ସୁବିଧା ନ ଥିବାରୁ ପିଲାମାନେ ଅନଲାଇନ କ୍ଲାସ କରିପାରୁନଥିବା ସମ୍ପର୍କରେ ମଧ୍ୟ କହିଛନ୍ତି । ତେବେ କେରଳରେ ମୋବାଇଲ ଟାୱାର କାର୍ଯ୍ୟ ଆରମ୍ଭ ହୋଇଛି । ଫଳରେ କେରଳରେ ଛାତ୍ରଛାତ୍ରୀ ଅନଲାଇନ କ୍ଲାସ କରିବାରେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସୋନୁ ଟ୍ବିଟ କରି କହିଛନ୍ତି ।
@IANS