ETV Bharat / sitara

‘ପ୍ରସ୍ଥାନମ’ କ’ଣ ଜାଣିନାହାଁନ୍ତି ସୋନମ !

author img

By

Published : Sep 17, 2019, 10:37 PM IST

ବଲିଉଡ ଷ୍ଟାର୍ସଙ୍କୁ ଜଣାନାହିଁ ଅନ୍ୟ ଷ୍ଟାର୍ସଙ୍କ ଫିଲ୍ମ । ଏପରି କିଛି ନିକଟରେ ଦେଖିବାକୁ ମିଳିଥିଲା । ‘ଦ ଜୋୟା ଫ୍ୟାକ୍ଟର’ ଫିଲ୍ମ ସହ ରିଲିଜ ହେବାକୁ ଯାଉଥିବା ସଞ୍ଜୟ ଦତ୍ତଙ୍କ ‘ପ୍ରସ୍ଥାନମ’ ବିଷୟରେ ଏମିତି କିଛି ପ୍ରତିକ୍ରିୟା ଦେଇଥିଲେ ସୋନମ କପୁର ।

ଡିଜାଇନ ଫଟୋ

ମୁମ୍ବାଇ: ଆସନ୍ତା ଶୁକ୍ରବାର ସିନେମାଘରେ ସୋନମ କପୁର ଓ ଦଲକିର ସଲମାନଙ୍କ ଅଭିନୀତ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମ ସହ ସଞ୍ଜୁ ବାବା ସଞ୍ଜୟ ଦତ୍ତଙ୍କ ଚର୍ଚ୍ଚିତ ଫିଲ୍ମ ‘ପ୍ରସ୍ଥାନମ’ ଏବଂ ଡେବ୍ୟୁ ଅଭିନେତା କରନ ଦେଓଲଙ୍କ ଫିଲ୍ମ ‘ପଲ ପଲ ଦିଲ କେ ପାସ୍’ ଏକାଠି ରିଲିଜ ହେବ ।

ଏଥର ଲାଗୁଛି ଶୁକ୍ରବାର ମହା ଲଢେଇ ହେବାକୁ ଯାଉଛି । ସୁପରଷ୍ଟାର୍ସଙ୍କ ସହ ଡେବ୍ୟୁ କଳାକାରଙ୍କ ଏହି ଯୁଦ୍ଧ ଦେଖିବାକୁ ପ୍ରସ୍ତୁତ ହୋଇସାରିଲେଣି ଦର୍ଶକ ।

ଇତିମଧ୍ୟରେ ସଞ୍ଜୟଙ୍କ ଫିଲ୍ମର ମଜାକ ଉଡାଇଥିବାର ନଜର ଆସିଥିଲେ ସୋନମ । ନିକଟରେ ‘ଦ ଜୋୟା ଫ୍ୟାକ୍ଟର’ର ସ୍କ୍ରିନିରେ ଯୋଗ ଦେବାକୁ ପହଞ୍ଚିଥିଲେ ସେ । ଆଉ ସେଠାରେ ଯେତେବେଳେ ତାଙ୍କୁ ‘ପ୍ରସ୍ଥାନମ’ ଫିଲ୍ମ ବିଷୟରେ ପ୍ରଶ୍ନ କରାଯାଇଥିଲା । ତେବେ ସେ କହିଥିଲେ ‘ପ୍ରସ୍ଥାନମ’ କେଉଁ ଫିଲ୍ମ ତାଙ୍କୁ ଜଣାନାହିଁ । ପରେ ନିଜ ଟିମ ଠାରୁ ସଞ୍ଜୟଙ୍କ ଫିଲ୍ମ ବିଷୟରେ ପତା ଲଗାଇଥିଲେ ସୋନମ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ପ୍ରକାଶ ଥାଉକି ଗତ ବର୍ଷ ରିଲିଜ ହୋଇଥିବା ସଞ୍ଜୟଙ୍କ ବାୟୋପିକ ଫିଲ୍ମ ‘ସଞ୍ଜୁ’ରେ ଅଭିନୟ କରିଥିଲେ ସୋନମ । ମୁଖ୍ୟ ଭୂମିକାରେ ରଣବୀର କପୁର ଆସିଥିଲେ ନଜର।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.