ବେଜିଂ: ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ 25 ଜୁଲାଇରୁ 2 ଅଗଷ୍ଟ ପର୍ଯ୍ୟନ୍ତ ଏବଂ 26 ତମ ସାଂଘାଇ ଟିଭି ଫେଷ୍ଟିଭାଲ୍ ଅଗଷ୍ଟ 3 ରୁ 7 ପର୍ଯ୍ୟନ୍ତ ଆୟୋଜିତ ହେବ ।
କୋଭିଡ -19 ମହାମାରୀ ପରେ ଚାଇନାରେ ଏହା ପ୍ରଥମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅଟେ । ଏହି ଇଣ୍ଟରନ୍ୟାସନାଲ ଫିଲ୍ମ ଏବଂ ଟିଭି ଫେଷ୍ଟିଭାଲଗୁଡ଼ିକ ଅନଲାଇନ୍ ଏବଂ ଅଫଲାଇନରେ ଆୟୋଜିତ ହେବ ।
ଏହି ଆୟୋଜନଗୁଡ଼ିକର ଉଦ୍ଦେଶ୍ୟ ହେଉଛି, ମହାମାରୀର ପ୍ରଭାବକୁ ହ୍ରାସ କରିବା, ଦର୍ଶକମାନଙ୍କ ଚଳଚ୍ଚିତ୍ର, ଡ୍ରାମା ଦେଖିବାର ଆବଶ୍ୟକତାକୁ ପୂରଣ କରିବା ଏବଂ ଚଳଚ୍ଚିତ୍ର ଇଣ୍ତଷ୍ଟ୍ରିକୁ ଆଗକୁ ବଢାଇବାରେ ନୂତନ ଆଇଡିଆ ଯୋଗାଇବ ।
ଖବର ମୁତାବକ, 23 ତମ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଚାଇନା ମିଡିଆ ଗ୍ରୁପ୍ ଏବଂ ସାଂଘାଇ ନଗରପାଳିକା ଦ୍ବାରା ଆୟୋଜିତ ହୋଇଥିବାବେଳେ 26 ତମ ସାଂଘାଇ ଟିଭି ଫେଷ୍ଟିଭାଲ୍ ଚାଇନାର ରାଜ୍ୟ ଫିଲ୍ମ ଏବଂ ଟିଭି ବ୍ୟୁରୋ, ଚାଇନା ମିଡିଆ ଗ୍ରୁପ୍ ଏବଂ ସାଂଘାଇ ନଗରପାଳିକା ଦ୍ବାରା ଆୟୋଜିତ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ