ETV Bharat / sitara

ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିବା ଭିଡିଓ ସେୟାର କଲେ ନୱାବଙ୍କ ଲାଡଲି

ସାରା ଅଲୀ ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା। ସେ ଉତ୍କଳ ଦିବସ ପାଳନ କରିବା ପାଇଁ ଇନଷ୍ଟାଗ୍ରାମରେ ଥ୍ରୋବ୍ୟାକ ଭିଡିଓ ଅପଲୋଡ କରିଛନ୍ତି । ଅଧିକ ପଢନ୍ତୁ...

Sara shares video of herself performing Odissi dance
ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିବା ଭିଡିଓ ସେୟାର କଲେ ନୱାବଙ୍କ ଲାଡଲୀ
author img

By

Published : Apr 3, 2020, 1:27 AM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲୀ ଖାନ ନିଜର ପାରମ୍ପାରିକ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିବାର ଏକ ଥ୍ରୋବ୍ୟାକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓକୁ ସାରା ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି ।

ସେ ଏହାର କ୍ୟାପସନରେ ଲେଖିଛନ୍ତି ଯେ : "ହାପି ଉତ୍କଳ ଦିବସ।" ତାଙ୍କର ଡ୍ୟାନ୍ସ ଭିଡିଓରେ ୱେବସାଇଟରେ 1.8 ମିଲିୟନ ଲାଇକ ମିଳିଛି ।

ଅଭିନେତ୍ରୀ ସାରାଙ୍କୁ ଇମତିଆଜ ଅଲୀଙ୍କ ଲଭ ଆଜ କଲରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ କାର୍ତ୍ତିକ ଆର୍ୟାନ ସହ ଅଭିନୟ କରିଥିଲେ | ପରବର୍ତ୍ତୀ ସମୟରେ ତାଙ୍କୁ 1995 ହିଟ କୁଲି ନଂ 1 ର ରିମେକରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ସାରା ବରୁଣ ଧୱନଙ୍କ ସହ ଅଭିନୟ କରୁଛନ୍ତି ।

ମାର୍ଚ୍ଚରେ ସାରା ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ଏନେଇ କାଶୀ ବିକାଶ ସମିତି ଅଭିନେତ୍ରୀଙ୍କ ଗସ୍ତରେ ଆପତ୍ତି ଉଠାଇଥିଲେ ଯେ ସାରା ଅଲୀ ଖାନ ଜଣେ ହିନ୍ଦୁ ନୁହେଁ । ଯାହାଫଳରେ ସ୍ଥାନୀୟ ପଣ୍ଡିତ ତଥା ସାଧୁମାନଙ୍କୁ ଅଭିନେତ୍ରୀଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.