ମୁମ୍ବାଇ: ଏହି ସମୟରେ ଚର୍ଚ୍ଚିତ ଚେହେରା ହିନା ଖାନଙ୍କ ଭିନ୍ନ ଅନ୍ଦାଜ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳୁଛି । ଏହି ଫେଷ୍ଟିଭାଲରେ ହିନାଙ୍କ ଲୁକର ଖୁବ୍ ପ୍ରଶଂସା କରାଯାଇଛି । କିନ୍ତୁ ଏକ ଇଂରାଜୀ ଫିଲ୍ମ ଖବରକାଗଜର ଏଡିଟର ହିନାଙ୍କ ମଜାକ ଉଡାଇଛନ୍ତି । ଯାହା ଦେଖି ନାରଜ ହୋଇଯାଇଛନ୍ତି ହିନାଙ୍କ ଫ୍ୟାନ୍ସ ।
ସୋସିଆଲ ମିଡିଆରେ ସେହି ଏଡିଟର ଏକ ପୋଷ୍ଟରେ ଲେଖିଛନ୍ତି, "କଣ କାନ୍ସ ହଠାତ୍ ଚାନ୍ଦିବଲି ଷ୍ଟୁଡିଓ ହୋଇଯାଇଛି ।" ଏପରି ହିନାଙ୍କ ମଜାକ ଉଡାଯିବା ପରେ ଛୋଟ ପରଦାର ଅନେକ କଳାକାର ତାଙ୍କ ସପକ୍ଷରେ ବାହାରିଛନ୍ତି । ଖାଲି ଏତିକି ନୁହେଁ ବି-ଟାଉନ ଷ୍ଟାର୍ସ ମଧ୍ୟ ହିନାଙ୍କୁ ସପୋର୍ଟ କରୁଥିବାର ନଜର ଆସିଛନ୍ତି ।
ଏହି କ୍ରମରେ ଏବେ ସଲମାନ ଖାନଙ୍କ ନାମ ସାମ୍ନାକୁ ଆସିଛି । 'ଭାରତ'ର ଗୀତ 'ଜିନ୍ଦା ହୁଁ' ଲଞ୍ଚିଂ ସମୟରେ ତାଙ୍କୁ ହିନାଙ୍କ ମଜାକ ଉଡାଯିବା ଉପରେ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଥିଲେ କି ଏଡିଟରଙ୍କୁ ଏପରି କହିବାର ନଥିଲା । ଏହା ଆଦୌ ଗ୍ରହଣୀ ନୁହେଁ । ବାସ୍ତବରେ ସେହି ଏଡିଟର କଣ କହିବାକୁ ଚେଷ୍ଟା କରୁଛନ୍ତି ତାହା ବୁଝାପଡୁନହିଁ ।
ସଲମାନଙ୍କ ଏହି କଥାରୁ ଜଣାପଡୁଛି ଯେ ସେ ହିନାଙ୍କୁ ସମର୍ଥନ କରୁଛନ୍ତି ବୋଲି ।