ହାଇଦ୍ରାବାଦ: ଗୁରୁବାର ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ୱେବ୍ ସିରିଜ୍ 'ତାଣ୍ଡବ'ର ଟିଜର ରିଲିଜ ହୋଇଛି । ସୈଫଙ୍କ ଧମାକାଦାର ଏଣ୍ଟ୍ରିରୁ ଟିଜର ଆରମ୍ଭ ହେଇଛି ।
ଟିଜର ଦେଖି ଏହା କୁହାଯାଇପାରେ ଯେ, ଅଭିନେତା ପୁଣିଥରେ ଡିଜିଟାଲ ଦୁନିଆରେ 'ତାଣ୍ଡବ' କରିବାକୁ ପ୍ରସ୍ତୁତ ଅଛନ୍ତି ।
-
We suggest take a closer look.#TandavOnPrime, releasing on January 15!@aliabbaszafar @iHimanshuMehra @teamoffside #SaifAliKhan #DimpleKapadia @dirtigmanshu @Mdzeeshanayyub @WhoSunilGrover pic.twitter.com/2IENm51tqf
— amazon prime video IN (@PrimeVideoIN) December 17, 2020 " class="align-text-top noRightClick twitterSection" data="
">We suggest take a closer look.#TandavOnPrime, releasing on January 15!@aliabbaszafar @iHimanshuMehra @teamoffside #SaifAliKhan #DimpleKapadia @dirtigmanshu @Mdzeeshanayyub @WhoSunilGrover pic.twitter.com/2IENm51tqf
— amazon prime video IN (@PrimeVideoIN) December 17, 2020We suggest take a closer look.#TandavOnPrime, releasing on January 15!@aliabbaszafar @iHimanshuMehra @teamoffside #SaifAliKhan #DimpleKapadia @dirtigmanshu @Mdzeeshanayyub @WhoSunilGrover pic.twitter.com/2IENm51tqf
— amazon prime video IN (@PrimeVideoIN) December 17, 2020
ଭାରତକୁ କେବଳ ଗୋଟିଏ ଜିନିଷ ଚଲାଇଥାଏ,ତାହା ହେଉଛି ରାଜନୀତି । ଏହି ଦେଶରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଜା । ଯେଉଁଥିରୁ ଅନୁମାନ କରାଯାଇପାରେ ଯେ ସିରିଜର କାହାଣୀ ରାଜନୀତି ଉପରେ ଆଧାରିତ ।
ଏହି ସିରିଜ୍ ରେ ଜଣେ ନେତା ଭୂମିକାରେ ସୈଫ ନଜର ଆସୁଛନ୍ତି ।
ଏଥିସହିତ ଏହି ସିରିଜ୍ ରେ ସୈଫଙ୍କ ସହ ଡିମ୍ପଲ କପାଡିଆ, ତିଗମାଂନସୁ , ଗୌହର ଖାନ ଏବଂ ସୁନୀଲ ଗ୍ରୋବରଙ୍କ ଭଳି ଅଭିନେତାମାନେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି ସିରିଜ୍ ମାଧ୍ୟମରେ ଡିମ୍ପଲ୍ ମଧ୍ୟ ଡିଜିଟାଲ୍ ଦୁନିଆରେ ଡେବ୍ୟୁ କରିବେ ।
କୁହାଯାଉଛି ଯେ, ଏହି ଧାରାବାହିକ ଉତ୍ତରପ୍ରଦେଶର ରାଜନୀତି ଉପରେ ଆଧାରିତ ।
ପ୍ରକାଶ ଥାଉ ଯେ, 'ତାଣ୍ଡବ' ୱେବ୍ ସିରିଜ୍ ଆମାଜନରେ ଜାନୁୟାରୀ 15, 2021 ରେ ପ୍ରିମିୟର୍ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ