ମୁମ୍ବାଇ: ଆଜିକାଲି ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ନିଜର ପ୍ରତିକ୍ଷିତ ଫିଲ୍ମ ‘ଲାଲ କପ୍ତାନ’ର ପ୍ରମୋଶନରେ ବ୍ୟସ୍ତ । ଫିଲ୍ମରେ ସୈଫଙ୍କୁ ନାଗା ସାଧୁ ରୂପେ ଦେଖିବେ ଦର୍ଶକ । ପ୍ରଥମଥର ଏପରି ଅବତାର ନେଇ ପରଦାକୁ ଆସିବେ ସୈଫ । ଯାହା ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟକୁ ବଢାଇ ଦେଇଛି । ଇତିମଧ୍ୟରେ ସେ ଭାଇଜାନ ସଲମାନ ଖାନଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ନିକଟରେ ସେ ଏକ ସାକ୍ଷାତକାରେ ସଲମାନ ଏବଂ ‘ରେସ 3’ ଫିଲ୍ମ ବିଷୟରେ କଥା ହୋଇଥିଲେ । ଏହାସହ ସେ ଫ୍ୟାନ୍ସଙ୍କ ଟ୍ବିଟର ମଧ୍ୟ ଉତ୍ତର ଦେଇଥିଲେ । ଜଣେ ଫ୍ୟାନ୍ସ ତାଙ୍କ ଓ ସଲମାନଙ୍କ ସମ୍ପର୍କ ବିଷୟରେ ପଚାରିଥିଲେ। ଆଉ ‘ହମ ସାଥ ସାଥ ହେ’ ପରଠାରୁ ଦୁଇଜଣ ଏକାଠି ଫିଲ୍ମରେ କାହିଁକି କାମ କରିନାହଁନ୍ତି ଜାଣିବାକୁ ମଧ୍ୟ ଚାହୁଁଥିଲେ ।
ଜବାବରେ ସୈଫ କହିଥିଲେ କି ସେ ଦୁଇଜଣ ଏକାଠି ଅନେକଥର କାମ କରିଛନ୍ତି । ତାଙ୍କୁ କୌଣସି ଅସୁବିଧା ନାହିଁ ସଲମାନ ଭାଇଙ୍କ ସହ କାମ କରିବାରେ । ସେ ତାଙ୍କୁ ବହୁତ ସମ୍ମାନ ଦିଅନ୍ତି । ଦୁଇଜଣ ଫିଲ୍ମ ‘ରେସ 3’ରେ ଏକାଠି କାମ କରି ଥାଆନ୍ତେ । ତାଙ୍କୁ ଅଫର ବି ମିଳିଥିଲା କିନ୍ତୁ ସେହି ଭୂମିକା ପାଇଁ ସେ ଫିଟ୍ ଆସୁନଥିଲେ । ଏହି କାରଣ ପାଇଁ ‘ରେସ 3’ ଫିଲ୍ମରୁ ସେ ବାଦ ପଡିଥିଲେ ।