ମୁମ୍ବାଇ: ଅଭିନେତା ଅରବିନ୍ଦ ସ୍ବାମୀ ଖୁବଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ୟାକ କରିବେ । ବିଶିଷ୍ଟ ଫିଲ୍ମ ନିର୍ମାତ ମଣିରତ୍ମନଙ୍କ ଫିଲ୍ମ ‘ରୋଜା’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ସେ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ଜୀବନ ଉପରେ ନିର୍ମାଣ ହେଉଥିବା ବାୟୋପିକ ‘ଥଲାଇବି’ରେ ଅଭିନୟ କରିବେ । ଅରବିନ୍ଦ ତାମିଲ ସୁପରଷ୍ଟାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମଜି ରାମଚନ୍ଦ୍ରନଙ୍କ ଭୂମିକା ପାଇଁ ପ୍ରସ୍ତୁତି ହୋଇସାରିଲେଣି । ଏହି ଫିଲ୍ମରେ ଜୟଲଲିତାଙ୍କ ଭୂମିକାରେ ନଜର ଆସିବେ ବି-ଟାଉନର କୁଇନ କଙ୍ଗନା ରଣାୱତ ।
ପ୍ରକାଶ ଥାଉକି 1965ରୁ 1973 ପର୍ଯ୍ୟନ୍ତ ଏମଜିଆର ଓ ଜୟଲଲିତା ମିଶି ସାଉଥ ବକ୍ସ ଅଫିସକୁ 28ଟି ହିଟ୍ ଫିଲ୍ମ ଦେଇଥିଲେ । ଏହି ବାୟୋପିକର ନିର୍ମାତାଙ୍କୁ ଏମିତି ଜଣେ ଅଭିନେତାଙ୍କ ଆବଶ୍ୟକ ଥିଲା ଯିଏ ଏମଜିଆରଙ୍କ ଭୂମିକାକୁ ପରଦାରେ ସଠିକ ଭାବେ ପ୍ରଦର୍ଶିତ କରିପାରିବ ।
ଖାଲି ଏତିକି ନୁହେଁ, ଆଉ ଯେଉଁ ଅଭିନେତା ହିନ୍ଦୀ, ତାମିଲ ଏବଂ ତେଲୁଗୁ ସହଜରେ କହିପାରୁଥିବେ। ଏହି କାରଣ ପାଇଁ ମେକର୍ସ ଅରବିନ୍ଦଙ୍କୁ ହିଁ ଚୟନ କରିଛନ୍ତି । ନଭେମ୍ବରରେ ‘ଥଲାଇବି’ର ସୁଟିଂ ଆରମ୍ଭ କରିବେ ମେକର୍ସ । ଆଉ ନଭେମ୍ବର 15ରେ ଅରବିନ୍ଦ ସୁଟିଂରେ ସାମିଲ ହେବେ । ଫିଲ୍ମଟିକୁ ଅନେକ ଭାଷାରେ ଆସନ୍ତା ବର୍ଷ ରିଲିଜ କରାଯିବ । ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତୁ ଏଏଲ ବିଜୟ । ସେହିପରି ଫିଲ୍ମର ପ୍ରଯୋଜନା କରିବେ ବିଷ୍ଣୁ ଇନ୍ଦୁରୀ ଓ ଶୈଲେଶ ଆର ।