ETV Bharat / sitara

କୋରୋନା ସଂକ୍ରମିତ ରାପର୍ ରଫତାର - କରୋନା ସଂକ୍ରମିତ ରାପର୍ ରଫତାର

ରାପର୍ ରଫତାରଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି । ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟେଷ୍ଟରେ କିଛି ଭୁଲ ଥାଇପାରେ କାରଣ ସେ ନିଜକୁ ଫିଟ୍ ଏବଂ ଭଲ ଅନୁଭବ କରୁଛନ୍ତି । ଅଧିକ ପଢନ୍ତୁ...

Rapper Raftaar tests COVID-19 positive
କରୋନା ସଂକ୍ରମିତ ରାପର୍ ରଫତାର
author img

By

Published : Sep 9, 2020, 7:56 PM IST

ମୁମ୍ବାଇ: ରାପର୍ ରଫତାରଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ବର୍ତ୍ତମାନ ଗାୟକ ହୋମ-ଆଇସୋଲେସନରେ ଅଛନ୍ତି ।

ବୁଧବାର ରଫତାର ନିଜେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ରଫତାର ଲେଖିଛନ୍ତି: "ହାଲୋ, ମୋତେ ରୋଡିଜ୍ ସୋକୁ ଯିବା ପୂର୍ବରୁ କୋରୋନା ଟେଷ୍ଟ କରିବାକୁ ପଡିଥିଲା। । ପ୍ରଥମ ଦୁଇଟି ଟେଷ୍ଟରେ ମୋର ରିପୋର୍ଟ ନେଗେଟିଭ ବାହାରିଲା । କିନ୍ତୁ ମୋର ଆଜିର ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଛି । ବିଏମସି ମୋତେ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ମୁଁ ହୋମ-ଆଇସୋଲେସନରେ ଅଛି ।

ମୁଁ ପୁନର୍ବାର କୋରୋନା ଟେଷ୍ଟ କରିବାକୁ ଅପେକ୍ଷା କରିଛି । ମୋତେ ଲାଗୁଛି ଟେଷ୍ଟରେ କିଛି ଭୁଲ ଥାଇପାରେ, କାରଣ ମୁଁ ଫିଟ୍ ଏବଂ ଭଲ ଅଛି, ମୁଁ ଅସୁସ୍ଥ ଅନୁଭବ କରୁନାହିଁ"। ଦୟାକରି ବ୍ୟସ୍ତ ହୁଅନ୍ତୁ ନାହିଁ, ମୁଁ ତୁମକୁ ମୋର ସ୍ବାସ୍ଥ୍ୟ ଅପଡେଟ୍ ଦେବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.