ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଆମିର ଖାନ ଏବଂ ଅନୁଷ୍କା ଶର୍ମାଙ୍କ ସୁପରହିଟ୍ ଫିଲ୍ମ 'ପିକେ'କୁ ଆଜି ବି ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମର ଲାଷ୍ଟ ସୀନ୍ ରେ ରଣବୀର କପୁର ମଧ୍ୟ ନଜର ଆସିଥିଲେ।
ଏବେ ଏକ ଚର୍ଚ୍ଚାର ବିଷୟ ସାମ୍ନାକୁ ଆସିଛି ଯେ ଫିଲ୍ମର ସିକ୍ବେଲରେ ଆମୀର ଖାନଙ୍କ ସ୍ଥାନରେ ରଣବୀର କପୁର କାହାଣୀକୁ ଆଗକୁ ନେବେ ।
କୁହାଯାଉଛି ଯେ, ନିର୍ମାତା ବିଧୁ ବିନୋଦ ଚୋପ୍ରା ମଧ୍ୟ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି ।
ଖବର ମୁତାବକ, ବିଦୁ କହିଛନ୍ତି ଯେ, ସେ ଖୁବଶୀଘ୍ର 'ପିକେ'ର ସିକ୍ବେଲ ନିର୍ମାଣ କରିବାକୁ ଯାଉଛନ୍ତି । ଚଳଚ୍ଚିତ୍ରର ଲାଷ୍ଟ ସୀନରେ ରଣବୀରଙ୍କ ଚରିତ୍ର ଅନ୍ୟ ଗ୍ରହରୁ ପୃଥିବୀକୁ ଆସିଥାଏ । ଏବେ ରଣବୀର ଫିଲ୍ମର କାହାଣୀକୁ ଆଗକୁ ନେବେ । ତେବେ ବିଧୁ ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମର ଲେଖକ ଅର୍ଜିତ ଯୋଶୀ ଏପର୍ଯ୍ୟନ୍ତ ଫିଲ୍ମର କାହାଣୀ ଲେଖି ନାହାଁନ୍ତି ଏବଂ କାହାଣୀ ଶେଷ ହେବା ପରେ ଫିଲ୍ମ ନିର୍ମାଣ ଆରମ୍ଭ କରିବେ ।
ପ୍ରକାଶ ଥାଉ ଯେ, ଫିଲ୍ମ 'ପିକେ' ରାଜକୁମାର ହିରାନୀଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଥିଲା । ଏଥିରେ ମୁଖ୍ୟ ଭୂମିକାରେ ଆମିର, ଅନୁଷ୍କା, ସୁଶାନ୍ତ ସିଂ ରାଜପୁତ, ବମନ ଇରାନୀ, ସଞ୍ଜୟ ଦତ୍ତ ଥିଲେ।