ETV Bharat / sitara

ମନାଲିରେ ରୋମାନ୍ସ କରିବେ ରଣବୀର-ଆଲିୟା - ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଓ ମୌନୀ ରାୟ ଅଭିନୀତ ଫିଲ୍ମ

ଦୀର୍ଘ ସମୟରୁ ରଣବୀର ଓ ଆଲିୟାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଚର୍ଚ୍ଚାରେ । ପ୍ରଥମଥର ରଣବୀର ଓ ଆଲିୟାଙ୍କ ଅନସ୍କ୍ରିନ ରୋମାନ୍ସ ଦର୍ଶକ ସିଲଭର ସ୍କ୍ରିନରେ ଦେଖିବାକୁ ଏକ୍ସାଇଟେଡ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
author img

By

Published : Oct 17, 2019, 1:20 PM IST

ମୁମ୍ବାଇ: 2017ରେ ଲୋକପ୍ରିୟ ନିର୍ମାତା କରନ ଜୋହର ଘୋଷଣା କରିଥିଲେ ଯେ ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ମଲ୍ଟି ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ ନିର୍ମାଣ ହେବ । ଯେଉଁଥିରେ ପ୍ରଥମଥର ବଲିଉଡର ଲଭବାର୍ଡ ରଣବୀର କପୁର ଓ ଆଲିୟା ଭଟ୍ଟଙ୍କ ସହ ବିଗ ବି ଅଭିତାଭ ବଚ୍ଚନ ମଧ୍ୟ ନଜର ଆସିବେ । ସେହିପରି ଗତ ବର୍ଷ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ବୁଲଗେରିଆରେ ଆରମ୍ଭ ହୋଇଥିଲା । ଏହାପରେ ଫିଲ୍ମର ସୁଟିଂ ଲଣ୍ଡନ, ନ୍ୟୁୟର୍କ, ସ୍କଟଲ୍ୟାଣ୍ଡ ଓ ବାରାଣାସୀରେ ହୋଇସାରିଛି ।

ଏବେ ଏହି ଫିଲ୍ମର ଆଗାମୀ ସିଡ୍ୟୁଲ ସୁଟିଂ ଆରମ୍ଭ ହେବାକୁ ଯାଉଛି । ନଭେମ୍ବର 15ରେ ଫିଲ୍ମର ଆଗାମୀ ସୁଟିଂ ଆରମ୍ଭ ହେବ । ସୁଟିଂ ପାଇଁ ପୁରା ଷ୍ଟାରକାଷ୍ଟ ମନାଲି ଯାତ୍ରା କରିବେ । ଫିଲ୍ମ କାହାଣୀରେ ମନାଲିର ଏକ ମହତ୍ବପୂର୍ଣ୍ଣ ସ୍ଥାନକୁ ପର୍ଯ୍ୟବେଶିତ କରାଯିବ । ସେହି ସ୍ଥାନରେ ରଣବୀରଙ୍କ ଶିବା ଭୂମିକାର କାହାଣୀ ଆରମ୍ଭ ହେବ । ମନାଲିରେ ଶିବା ନିଜ ସ୍ମୃତି ଫେରିପାଇବେ । ଏମିତି କିଛି ରହିଛି ଫିଲ୍ମର କାହାଣୀ ।

ତିନୋଟି ପାର୍ଟରେ ନିର୍ମାଣ ହେଉଥିବା ଏହି ଫିଲ୍ମର ଫାଷ୍ଟ ପାର୍ଟରେ ଶିବାର କାହାଣୀ ଦେଖିବାକୁ ମିଳିବ । ଫିଲ୍ମରେ ଆଲିୟା, ଈଶାଙ୍କ ଭୂମିକାରେ ନଜର ଆସିବେ । ପ୍ରକାଶ ଥାଉକି ଫିଲ୍ମରେ ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଓ ମୌନୀ ରାୟ ମଧ୍ୟ ଅଭିନୟ କରୁଛନ୍ତି । ଆସନ୍ତା ବର୍ଷ ରିଲିଜ ହେବ ‘ବ୍ରହ୍ମାସ୍ତ୍ର’।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.