ETV Bharat / sitara

ଆଜି ଗର୍ଲଫ୍ରେଣ୍ଡ ମିହିକାଙ୍କୁ ବିବାହ କରିବେ ରାଣା - rana daggubati ready to tie the knot with

ଆଜି ତେଲୁଗୁ ଅଭିନେତା ତଥା 'ବାହୁବଲୀ' ଫେମ ରାଣା ଡଗଗୁବତୀ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କରୋନା ମହାମାରୀ ହେତୁ ବିବାହକୁ ଆସୁଥିବା ଅତିଥିମାନଙ୍କର କୋଭିଡ -19ର ଟେଷ୍ଟ ମଧ୍ୟ କରାଯିବ । ଅଧିକ ପଢନ୍ତୁ...

rana daggubati ready to tie the knot with miheeka baja
ଆଜି ଗର୍ଲଫ୍ରେଣ୍ଡ ମିହିକାଙ୍କୁ ବିବାହ କରିବେ ରାଣା
author img

By

Published : Aug 8, 2020, 5:15 PM IST

ହାଇଦ୍ରାବାଦ: ବଲିଉଡ ଏବଂ ଟଲିଉଡରେ ଅଭିନୟ କରିଥିବା ଅଭିନେତା ରାଣା ଡଗଗୁବତୀ ଅଗଷ୍ଟ 8ରେ ତାଙ୍କ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଗୁରୁବାର ଦିନ ମେହେନ୍ଦୀ ସମାରୋହ ଅନୁଷ୍ଠିତ ହୋଇଥିଲା । ମେହେନ୍ଦୀ ସମାରୋହରେ ରାଣା ଏକ ଧଳା ସାର୍ଟ ସହିତ ଧୋତି ପନ୍ଧିଥିବାବେଳେ ମିହିକା ଏକ ହଳଦିଆ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଥିଲେ ।

ଆଜି ଅଗଷ୍ଟ 8ରେ ରାଣା ଏବଂ ମିହିକା ହାଇଦ୍ରାବାଦର ରାମନାଡୁ ଷ୍ଟୁଡିଓରେ ବିବାହ କରିବେ । ଏହି ବିବାହରେ କେବଳ ପରିବାର ସଦସ୍ୟ ଏବଂ କିଛି ଘନିଷ୍ଠ ବ୍ୟକ୍ତି ସାମିଲ ହେବେ । ତେଲୁଗୁ ଏବଂ ମାରୱାଡି ପରମ୍ପରା ଅନୁଯାୟୀ ରାଣା-ମିହିକା ବିବାହ କରିବେ ।

ବିବାହରେ କିଛି ସତର୍କତା ଅବଲମ୍ବନ କରାଯାଇଛି । ବିବାହରେ ଉପସ୍ଥିତ ଥିବା ସମସ୍ତ ଅତିଥି ଏବଂ ଯେଉଁମାନେ ବିବାହ ସମ୍ବନ୍ଧୀୟ କାର୍ଯ୍ୟକଳାପ କରନ୍ତି, ସେମାନଙ୍କ ପାଇଁ କୋଭିଡ୍ -19ର ଟେଷ୍ଟ ହେବ । ସାନିଟାଇଜର ଏବଂ ସାମାଜିକ ଦୂରତାକୁ ଅବଲମ୍ବନ କରି ଅତିଥିମାନେ ବିବାହ ଉତ୍ସବରେ ଅଂଶଗ୍ରହଣ କରିବେ ।

ରାଣା ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପିତା ସୁରେଶ ବାବୁ ଏବଂ ଅଙ୍କଲ ଭେଙ୍କଟେଶଙ୍କ ସହ ପୋଜ୍ କରୁଥିବାର ନଜର ଆସିଛନ୍ତି । ଫଟୋ ସହିତ କ୍ୟାପସନରେ ରାଣା ଲେଖିଛନ୍ତି, 'ରେଡୀ' ।

ରାଣା-ମିହିକାଙ୍କ ବିବାହରେ ସାମନ୍ତ ଆକ୍କିନେନି, କାଜଲ ଅଗ୍ରୱାଲ, ଖୁସବୋ ସୁନ୍ଦର, ଅମାଲା ପାଲଙ୍କ ପରି ବହୁ ସାଉଥ କଳାକାରମାନେ ଯୋଗଦେବେ ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉ କି, ରାଣା ତେଲୁଗୁ ଏବଂ ତାମିଲ ସହିତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । 2011 ମସିହାରେ, ରାଣା 'ଦମ୍ ମାରୋ ଦମ୍' ଚଳଚ୍ଚିତ୍ର ସହିତ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ । ସେବେଠାରୁ ସେ 'ହାଉସ୍ଫୁଲ୍ 4', 'ଗାଜି ଆଟାକ୍' ଏବଂ 'ବେବି' ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.