ମୁମ୍ବାଇ: ଏବର୍ଷ ଦୀପାବଳି ଅବସରକୁ ଖାସ୍ କରିବା ପାଇଁ ଫେମସ ଅଭିନେତା ରାଜକୁମାର ରାଓ ନିଜର ଚର୍ଚ୍ଚିତ ଫିଲ୍ମ ‘ମେଡ ଇନ ଚାଇନା’ ନେଇ ଆସିଛନ୍ତି । ଏହି ଫିଲ୍ମର ମୁହାଁମୁହିଁ ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ହାଉସଫୁଲ 4’ ସହ ହୋଇଛି । ଏହା ବ୍ୟତୀତ ବାସ୍ତବ କାହାଣୀକୁ ନେଇ ଆଧାରିତ ଭୂମି ପେଡନେକର ଓ ତାପସୀ ପନ୍ନୁଙ୍କ ଫିଲ୍ମ ‘ଷାଣ୍ଢ କି ଆଖଁ’ ମଧ୍ୟ ଗୋଟିଏ ଦିନରେ ରିଲିଜ ହୋଇଯାଇଛି ।
ଗତ ଶୁକ୍ରବାର ଏହି ତିନୋଟି ଫିଲ୍ମ ଏକାଠି ରିଲିଜ ହୋଇଥିଲା । କିନ୍ତୁ ଯେଉଁଠି ଦୁଇଟି ଫିଲ୍ମ ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ଫେଲ ମାରିଛନ୍ତି, ସେହିଠାରେ ରାଜକୁମାରଙ୍କ ‘ମେଡ ଇନ ଚାଇନା’ ଫ୍ୟାନ୍ସଙ୍କ ମନ କିଣିବାରେ ସଫଳ ହୋଇଛି ।
ଫିଲ୍ମକୁ ଓପନିଂ ଡେରେ ଦର୍ଶକ ଓ କ୍ରିଟିକ୍ସଙ୍କ ଠାରୁ ଶାନଦାର ପ୍ରତିକ୍ରିୟା ମିଳିଛି । ଆଉ ଫିଲ୍ମକୁ ବକ୍ସ ଅଫିସ ରିପୋର୍ଟରେ ମଧ୍ୟ ଭଲ କୁହାଯାଇଛି। ଓପନିଂ ଡେରେ ‘ମେଡ ଇନ ଚାଇନା’ ପାଖାପାଖି 3 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ଦୁଇଟି ଫିଲ୍ମ ସହ ରିଲିଜ ହେବା ସତ୍ତ୍ବେ ଫିଲ୍ମର କେଲକ୍ସନ ଠିକଠାକ୍ ଅଛି । କ୍ରିଟିକ୍ସଙ୍କ ଅନୁଯାୟୀ ଫିଲ୍ମଟି ଆଗାମୀ ଦିନରେ ଭଲ କଲେକ୍ସନ କରିବ।
ପ୍ରକାଶ ଥାଉକି ‘ମେଡ ଇନ ଚାଇନା’ରେ ରାଜକୁମାରଙ୍କ ସହ ମୌନୀ ରାୟଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନ କିଣିଛି । ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ସୁମୀତ ବ୍ୟାସ, ଗଜରାଜ ରାଓ, ପରେଶ ରାୱଲ ଓ ବୋମନ ଇରାନୀ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମଟି ଗୁଜରାଟି ବିଜନେସମ୍ୟାନ ରଘୁ ନାମ ବ୍ୟକ୍ତିର କାହାଣୀକୁ ନେଇ ଆଧାରିତ।