ହାଇଦ୍ରାବାଦ: ପାୱାର ହାଉସ ଅଭିନେତା ରାଜକୁମାର ରାଓ ଓ ଅଭିନେତ୍ରୀ ଭୂମି ପେଡନେକରଙ୍କୁ ଏଥର ପରଦାରେ ଏକାଠି ଦେଖିବେ ଦର୍ଶକ । ଏହି ଯୋଡ଼ି ଆଗକୁ ଦର୍ଶକଙ୍କ ମନପସନ୍ଦ ଯୋଡ଼ି ହେବାକୁ ଯାଉଛନ୍ତି । କାରଣ 'ବଧାଇ ଦୋ' ଫିଲ୍ମର ଟ୍ରେଲର ଆଜି(ମଙ୍ଗଳବାର) ରିଲିଜ ହୋଇଥିବାବେଳେ ଏଥିରେ ଦୁହିଁଙ୍କ ଯୋଡିଙ୍କୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ ।
-
It’s one of those films, that came our way, touched our hearts in ways we can’t explain.
— bhumi pednekar (@bhumipednekar) January 25, 2022 " class="align-text-top noRightClick twitterSection" data="
Ab aap dekho trailer aur hume #BadhaaiDo ❤️🌈🎉https://t.co/NKd2dxAwbI#BadhaaiDoInTheatre on the 11th Feb@RajkummarRao #HarshavardhanKulkarni @JungleePictures #AkshatGhildial @sumadhikary
">It’s one of those films, that came our way, touched our hearts in ways we can’t explain.
— bhumi pednekar (@bhumipednekar) January 25, 2022
Ab aap dekho trailer aur hume #BadhaaiDo ❤️🌈🎉https://t.co/NKd2dxAwbI#BadhaaiDoInTheatre on the 11th Feb@RajkummarRao #HarshavardhanKulkarni @JungleePictures #AkshatGhildial @sumadhikaryIt’s one of those films, that came our way, touched our hearts in ways we can’t explain.
— bhumi pednekar (@bhumipednekar) January 25, 2022
Ab aap dekho trailer aur hume #BadhaaiDo ❤️🌈🎉https://t.co/NKd2dxAwbI#BadhaaiDoInTheatre on the 11th Feb@RajkummarRao #HarshavardhanKulkarni @JungleePictures #AkshatGhildial @sumadhikary
ଫିଲ୍ମର ଟ୍ରେଲରେ ଉଭୟଙ୍କ କେମେଷ୍ଟ୍ରି ଜବରଦସ୍ତ ରହିଛି । କିଛି ଦିନ ପୂର୍ବରୁ ଫିଲ୍ମର ନିର୍ମାତା ରାଜକୁମାର ଓ ଭୂମିଙ୍କ ଫିଲ୍ମର ପ୍ରଥମ ଲୁକ୍କୁ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ପରେ ଏହାର ଟ୍ରେଲର ରିଲିଜ ହୋଇଛି । 'ବଧାଇ ଦୋ'ରେ ମଧ୍ୟ 'ବଧାଇ ହୋ' ଫିଲ୍ମ ଭଳି ଦର୍ଶକଙ୍କୁ ମନୋରଞ୍ଜନ ମିଳିବ । ଏଥିରେ ଏକ ଅସାଧାରଣ ରିଲେସନସିପକୁ ଦର୍ଶାଯାଇଛି । ଟ୍ରେଲରରେ ରାଜକୁମାର ଓ ଭୂମିଙ୍କ ମଧ୍ୟରେ ଏକ ବୈବାହିକ ଜୀବନ ମଧ୍ୟରେ ଅନେକ ରାଜ୍ ଖୋଲୁଥିବା ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ: Vicky ଙ୍କ ହାଇଜୋଶ ଦେଖି ଫ୍ୟାନ୍ସ ହତବାକ୍, ଭିଡିଓ ଭାଇରାଲ
ଉଭୟଙ୍କ ସୁବିଧାକୁ ଦେଖି ବିବାହ କରାଯାଇଥିବାବେଳେ ସେମାନେ ରୁମମେଟ ଭଳି ରହିଛନ୍ତି । ଫିଲ୍ମରେ ଭୂମି ଏକ ପିଟି ଟିଚରର ଭୂମିକାରେ ଅଭିନୟ କରିଥିବାବେଳେ ରାଜକୁମାର ପୋଲିସ ଅଫିସର ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ ଭରପୂର କମେଡ଼ି ସହିତ ଇମୋସନ ଓ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିବ । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ହର୍ଷବର୍ଦ୍ଧନ କୁଲକର୍ଣ୍ଣୀ । ଏଥିରେ ଅନ୍ୟ କଳାକାର ଭାବେ ସୀମା ପାହୱା, ଶିବା ଚଡ୍ଡା , ଲଭଲିନ ମିଶ୍ରା, ନୀତିଶ ପାଣ୍ଡେ, ଶଶିଭୂଷଣ ପ୍ରମୁଖ ଅଭିନୟ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ