ETV Bharat / sitara

'ଦୁର୍ବଳ ପିଲାମାନଙ୍କୁ' ରକ୍ଷା କରିବା ପାଇଁ ଗ୍ରେଟା ଥନବର୍ଗଙ୍କ ସହ ପ୍ରିୟଙ୍କା - priyanka joins greta thunberg

ପ୍ରିୟଙ୍କା ଚୋପ୍ରା ଟୁଇଟ କରି କହିଛନ୍ତି ଯେ, ଦୁର୍ବଳ ପିଲାମାନଙ୍କ ଉପରେ କୋରୋନାଭାଇରସର ପ୍ରଭାବ ବେଶି ପଡୁଥିବାର ଦେଖି ପ୍ରିୟଙ୍କା ଶିଶୁମାନଙ୍କ ପାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି । ତେଣୁ କରୋନାଭାଇରସ ସଂସ୍ପର୍ଶରେ ଆସୁଥିବା ପିଲାମାନଙ୍କୁ ବଞ୍ଚାଇବା ପାଇଁ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ସ୍ୱିଡେନର କିଶୋର କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ସହ ହାତ ମିଳାଇଛନ୍ତି । ଅଧିକ ପଢନ୍ତୁ...

priyanka joins greta thunberg to save vulnerable children from covid19
'ଦୁର୍ବଳ ପିଲାମାନଙ୍କୁ' ରକ୍ଷା କରିବା ପାଇଁ ଗ୍ରେଟା ଥନବର୍ଗଙ୍କ ସହ ପ୍ରିୟଙ୍କା
author img

By

Published : May 2, 2020, 7:13 AM IST

ମୁମ୍ବାଇ: ସାରା ବିଶ୍ୱରେ କୋରୋନାଭାଇରସ ସଂସ୍ପର୍ଶରେ ଆସୁଥିବା ପିଲାମାନଙ୍କୁ ବଞ୍ଚାଇବା ପାଇଁ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ ସ୍ୱିଡେନର କିଶୋର କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ସହ ହାତ ମିଳାଇଛନ୍ତି ।

ପ୍ରିୟଙ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଦୁର୍ବଳ ପିଲାମାନଙ୍କ ଉପରେ କୋରୋନାଭାଇରସର ପ୍ରଭାବ ବେଶି ରହିଛି। ତେବେ ପିଲାଙ୍କ ଏପରି ସ୍ଥିତିକୁ ନଜର ରଖି ସେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

priyanka joins greta thunberg to save vulnerable children from covid19
'ଦୁର୍ବଳ ପିଲାମାନଙ୍କୁ' ରକ୍ଷା କରିବା ପାଇଁ ଗ୍ରେଟା ଥନବର୍ଗଙ୍କ ସହ ପ୍ରିୟଙ୍କା

ପ୍ରିୟଙ୍କା ଟ୍ୱିଟ କରି କହିଛନ୍ତି ଯେ, କୋଭିଡ -19କୁ ବିଶ୍ବରେ ଦୁର୍ବଳ ପିଲାମାନଙ୍କ ଉପରେ ପ୍ରଭାବ ଦେଖି ବହୁତ କଷ୍ଟ ହେଉଛି । ତେଣୁ ବର୍ତ୍ତମାନ ସେମାନଙ୍କୁ ଖାଦ୍ୟ ଯେଗାଇବା, ସେମାନଙ୍କର ସ୍ୱାସ୍ଥ୍ୟସେବା କରିବା ସହ ତାଙ୍କର ଶିକ୍ଷାର ଅଭାବକୁ ଦୂରେଇବାକୁ ପଡିବ । ସେମାନଙ୍କୁ ରକ୍ଷା କରିବା ଆମର କର୍ତ୍ତବ୍ୟ ଏବଂ ଦାୟିତ୍ବ । ଏହି ଅଭିଯାନରେ ସାହାଯ୍ୟ କରିବାକୁ ଲୋକମାନଙ୍କୁ @UNICEF ଏବଂ @ଗ୍ରେଟା ଥନବର୍ଗରେ ଯୋଗ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ।

କୋରୋନା ସହାୟତାରେ ପ୍ରିୟଙ୍କା ଏବଂ ତାଙ୍କ ସ୍ୱାମୀ ନିକ ଜୋନସ ପୂର୍ବରୁ ପିଏମ କେୟାର ଫଣ୍ଡ, ୟୁନିସେଫ, ଫିଡିଂ ଆମେରିକା ଏବଂ ଇକୋ ସମେତ ଅନେକ ମୂଳଦୁଆରେ ସହଯୋଗର ହାତ ବଢାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.