ETV Bharat / sitara

'କ୍ୟା କେହନା'@ 20 : ଫିଲ୍ମ ବିଷୟରେ କିଛି ଖାସ କଥା କହିଲେ ଡିମ୍ପଲ ଗର୍ଲ

ପ୍ରୀତି ଜିଣ୍ଟାଙ୍କ ପ୍ରଥମ ଚଳଚ୍ଚିତ୍ର 'କ୍ୟା କେହନା' ମଙ୍ଗଳବାର 20 ବର୍ଷ ପୂରଣ କରିଛି । ଏହି ବିଶେଷ ଅବସରରେ ପ୍ରୀତି ଜିଣ୍ଟା ଏକ ଭିଡିଓ ସେୟାର କରି କହିଥିଲେ, ସେହି ସମୟରେ ଏହି ଫିଲ୍ମରେ ଅବିବାହିତ ଗର୍ଭବତୀ ଭୂମିକାରେ ଅଭିନୟ କରିବାକୁ ମତେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଅଧିକ ପଢନ୍ତୁ...

preity zinta bollywood debut 20 year first film kya kehna teenage pregnant girl
'କ୍ୟା କେହେନା'@ 20 : ଫିଲ୍ମ ବିଷୟରେ କିଛି ଖାସ କଥା କହିଲେ ଡିମ୍ପଲ ଗର୍ଲ
author img

By

Published : May 20, 2020, 1:38 AM IST

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଡିମ୍ପଲ ଗାର୍ଲ ଭାବରେ ଜଣାଶୁଣା ଅଭିନେତ୍ରୀ ପ୍ରୀତି ଜିଣ୍ଟା । ସେ ଅନେକ ଭଲ ଚଳଚ୍ଚିତ୍ରରେ ବହୁ ଚମତ୍କାର ଅଭିନୟ କରି ଲୋକମାନଙ୍କ ହୃଦୟ ଜିତିଛନ୍ତି । ପ୍ରୀତି ଜିଣ୍ଟାଙ୍କ ପ୍ରଥମ ଚଳଚ୍ଚିତ୍ର 'କ୍ୟା କେହନା' 20 ବର୍ଷ ପୂରଣ କରିଛି ।

ପ୍ରୀତି ଜିଣ୍ଟା ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ଅବିବାହିତ ଗର୍ଭବତୀ ଚରିତ୍ରରେ ଅଭିନୟ କରିଥିଲେ, ଯାହା କିଛି ଲୋକଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା ​।

ପ୍ରୀତି ଜିଣ୍ଟା ସେହି ସମୟରେ ଏହି ଫିଲ୍ମରେ ଅବିବାହିତ ଗର୍ଭବତୀ ଭୂମିକାରେ ଅଭିନୟ କରିବାକୁ ଯାଇ ତାଙ୍କୁ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟରେ ପ୍ରକାଶ କରିଛନ୍ତି ।

ପ୍ରୀତି ଏହି ପୋଷ୍ଟରେ ଲେଖିଛନ୍ତି ମୋର ମନେ ଅଛି ଯେତେବେଳେ ଗର୍ଭବତୀ ଭୂମିକାରେ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲି, ସେତେବେଳେ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେହି କେହି କହିଥଲେ, କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯିବ, ତୁମେ ପାଗଳ ହୋଇଯାଇଛ କି?

ବିଶେଷକରି ଏହି ଚଳଚ୍ଚିତ୍ରରେ ମୋ ସହ ଥିବା ଅଭିନେତା ସୈଫ ଏବଂ ଚନ୍ଦ୍ରଚୂଡଙ୍କୁ ଧନ୍ୟବାଦ । ଏହି ଚଳଚ୍ଚିତ୍ରରୁ ମୁଁ ଶିଖିଥିଲି, ଲୋକମାନେ ଯାହା କୁହନ୍ତି ତାହା ଶୁଣନ୍ତୁ ନାହିଁ, ସର୍ବଦା ନିଜ ହୃଦୟର କଥା ଶୁଣନ୍ତୁ ।

ଏହି ଚଳଚ୍ଚିତ୍ରରେ ପ୍ରୀତି ଜିଣ୍ଟାଙ୍କ ସହ ଫରିଦା ଜାଲାଲ ଏବଂ ଅନୁପମ ଖେରଙ୍କ ଭଳି କଳାକାର ମଧ୍ୟ ଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ କୁନ୍ଦନ ଶାହା । ପ୍ରୀତି ଜିଣ୍ଟା ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଏହାସହ ପ୍ରୀତି ମଧ୍ୟ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ 20 ବର୍ଷ ପୂରଣ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.