ETV Bharat / sitara

ଶ୍ବେତାଙ୍କୁ ବାପା ଘରକୁ ଚାଲିଯିବାକୁ ଧମକ ଦେଲେ ଆଦିତ୍ୟ

author img

By

Published : Dec 5, 2020, 2:31 PM IST

ବିବାହର ମାତ୍ର 5 ଦିନ ପରେ ପତ୍ନୀ ଶ୍ବେତାଙ୍କୁ ଏମିତି କିଛି କହିଲେ ଆଦିତ୍ୟ । ଯାହାର ଭିଡିଓ ଦେଖି ଆଶ୍ଚର୍ଯ୍ୟ ଫ୍ୟାନ୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ

ମୁମ୍ବାଇ: ଲୋକପ୍ରିୟ ଗାୟକ ତଥା ଅଭିନେତା ଆଦିତ୍ୟ ନାରାୟଣ ଗତ 1 ତାରିଖରେ ନିଜ ଦୀର୍ଘ ସମୟର ଗାର୍ଲଫ୍ରେଣ୍ଡ ଅଭିନେତ୍ରୀ ଶ୍ବେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଦୁଇଜଣଙ୍କ ବିବାହର ଅନେକ ଭିଡିଓ , ଫଟୋ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳିଥିଲା । ହେଲେ ଏବେ ଯେଉଁ ଭିଡିଓ ଦେଖିବାକୁ ମିଳୁଛି । ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କାରଣ ବିବାହର ଠିକ୍ 5 ଦିନ ପରେ ଶ୍ବେତାଙ୍କୁ ବାପା ଘରକୁ ଚାଲିଯିବାକୁ କହୁଥିବାର ନଜର ଆସୁଛନ୍ତି ଆଦିତ୍ୟ । ତେବେ ଆସନ୍ତୁ ଜାଣିବା ଶ୍ବେତାଙ୍କୁ କାହିଁକି ଏମିତି କହିଲେ ଆଦିତ୍ୟ...

କଥାଟି ହେଲା ଯେ ନୂଆ ବୋହୂ ହାତରୁ ସ୍ବାଦିଷ୍ଟ ଖାଦ୍ୟ ଖାଇବା ପାଇଁ ସମସ୍ତେ ଅନାଇ ବସିଛନ୍ତି । ସେପଟେ ଶାଶୁ ମା'ଙ୍କ ସହ ମିଶି ଘର ଲୋକଙ୍କ ପାଇଁ ଖାଦ୍ୟ ତିଆରି କରିବାରେ ଲାଗି ପଡିଛନ୍ତି ଶ୍ବେତା । ହେଲେ ତାଙ୍କ ପଛରେ ଠିଆ ହୋଇ ମଜାମସ୍ତି କରୁଥିବାର ନଜର ଆସୁଛନ୍ତି ଆଦିତ୍ୟ ।

ଆଉ କହୁଛନ୍ତି ‘ସ୍ବାଦରେ କୌଣସି ଅଭାବ ଯେମିତି ହେବନି । ନହେଲେ ବାପା ଘରକୁ ଚାଲିଯାଅ ’। ଆଦିତ୍ୟଙ୍କ ଏହି ମସ୍ତି ଦେଖି ଘରର ଅନ୍ୟ ସଦସ୍ୟ ଖୁବ୍ ଜୋରରେ ହସୁଥିବାର ଦେଖାଯାଉଛନ୍ତି । ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.