ETV Bharat / sitara

ପ୍ରଭାସଙ୍କ ସହ କାମ କରିବା ନେଇ ସୁପର ଏକ୍ସାଇଟେଡ କ୍ରିତୀ

ଭାଇରାଲ ହେଲା ପ୍ରଭାସଙ୍କ ସହ ସନ୍ନି ଓ କ୍ରିତୀଙ୍କ ଫଟୋ । ଆଗୀମୀ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ ଏହି ଷ୍ଟାର୍ସ । ଅଧିକ ପଢନ୍ତୁ...

author img

By

Published : Mar 12, 2021, 10:15 AM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ରିତୀ ସାନନ ଏବଂ ଅଭିନେତା ସନ୍ନି ସିଂଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ଏହି ଉଭୟ ଷ୍ଟାର ଖୁବଶୀଘ୍ର ଓମ୍ ରାଉତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ । ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସୀତା କ୍ରିତୀ ହେବାକୁ ଯାଉଥିବା ବେଳେ ତାଙ୍କ ଭାଇ ଲକ୍ଷଣ ରୂପେ ଅଭିନୟ କରିବେ ସନ୍ନି । ନିକଟରେ ଏହାକୁ ନେଇ ଘୋଷଣା କରିଥିଲେ ମେକର୍ସ । ଇତିମଧ୍ୟରେ କିର୍ତ୍ତୀ ‘ଆଦିପୁରୁଷ’ ଟିମ ସହ ସାମିଲ ହେବା ଖୁସି ପ୍ରକାଶ କରିଛନ୍ତି । କାରଣ ସେ ଆରମ୍ଭ କରିଛନ୍ତି ସୁଟିଂ ।

ସେ ଶୁକ୍ରବାର ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ମୋର ନୂଆ ଯାତ୍ରା ଆରମ୍ଭ ହେଲା ଆଦିପୁରୁଷ ସହ । ଏହା ହେଉଛୁ ମୋ ଜୀବନର ସ୍ପେଶାଲ ଫିଲ୍ମ । ଗର୍ବିତ ଅନୁଭବ କରିବା ସହ ଟିମ ପକ୍ଷରୁ ସମ୍ମାନିତ ହେଉଛି । ଆଦିପୁରୁଷର ଯାଦୁଭରା ଦୁନିଆରେ କାମ କରିବା ମୋ ଖୁସି ଉତ୍ସାହିତ ବାହାରେ ।’

ସେପଟେ କ୍ରିତୀ ଓ ସନ୍ନିଙ୍କ ସହ ଫଟୋ ସେୟାର କରି ପ୍ରଭାସ ଲେଖିଛନ୍ତି, ‘ଆଦିପୁରୁଷ ପରିବାରକୁ କ୍ରିତୀ ସାନନ ଓ ସନ୍ନି ସିଂଙ୍କ ସ୍ବାଗତ ।’

ସେହିପରି ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ ଏହି ଫିଲ୍ମରେ ଭିଲେନ ଅବତାରରେ ଅଭିନୟ କରୁଛନ୍ତି । ସେ ରାବଣ ସାଜି ପ୍ରଭାସଙ୍କ ସହ ଫାଇଟ୍ କରିବେ । ଆସନ୍ତା ବର୍ଷ ଅଗଷ୍ଟ 11ରେ ରିଲିଜ ହେବ ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.