ETV Bharat / sitara

ବ୍ୟବସାୟୀଙ୍କୁ ବିବାହ କରିବେ କାଜଲ ଅଗ୍ରୱାଲ

author img

By

Published : Oct 6, 2020, 1:21 PM IST

ବିବାହ ବନ୍ଧନରେ ଆବଦ୍ଧ ହେବେ ସାଉଥ ସୁପରଷ୍ଟାର କାଜଲ ଅଗ୍ରୱାଲ । ଝିଅ ପାଇଁ ବିଜନେସମ୍ୟାନଙ୍କୁ ଚୟନ କରିଛନ୍ତି ବାପା-ମା'।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କାଜଲ ଅଗ୍ରୱାଲ

ମୁମ୍ବାଇ: ‘ସିଂଘମ’ ଫେମସ ଅଭିନେତ୍ରୀ ତଥା ସାଉଥର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ ସହ ସରପ୍ରାଇଜ ରହିଅଛି । ଯାହାକୁ ଶୁଣି ସମସ୍ତେ ଖୁସି ହୋଇଯିବେ। କାରଣ କାଜଲଙ୍କ ଘରେ ସାହାନାଇ ବାଜିବାକୁ ଯାଉଛି । ଆଜ୍ଞା ହଁ, ସେ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବ । ପରିବାର ଲୋକେ ଝିଅ ପାଇଁ ଶାନଦାର ପାର୍ଟନର ବାଛିସାରିଛନ୍ତି ।

ଚର୍ଚ୍ଚା ଜୋର ଧରିଛି ଯେ କାଜଲ ବିଜନେସମ୍ୟାନ ଗୌତମ କିଚଲୁଙ୍କ ସହ ବିବାହ କରିବେ । ନିକଟରେ କାଜଲଙ୍କୁ ଗୌତମଙ୍କ ପରିବାର ସହ ମନ୍ଦିର ଦର୍ଶକ କରିବାକୁ ଯାଇଥିବା ବେଳେ ଦେଖିବାକୁ ମିଳିଥିଲା । ହେଲେ ଏଯାବତ ଦୁଇଜଣଙ୍କ ବିବାହକୁ ନେଇ ପରିବାର ପକ୍ଷରୁ କୌଣସି ଅଧିକାରୀକ ସୂଚନା ସାମ୍ନାକୁ ଆସିନାହିଁ।

ପ୍ରକାଶ ଥାଉକି କାଜଲ ଗତ 16 ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି । ସେ ଫିଲ୍ମ ‘କ୍ୟୁଂ ହୋ ଗୟା ନା’ରୁ ନିଜ ଫିଲ୍ମ ଯାତ୍ରା ଆରମ୍ଭ କରିଥିଲେ । ଫିଲ୍ମରେ ତାଙ୍କ ସହ ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ବିବେକ ଓବରାୟ, ଅମିତାଭ ବଚ୍ଚନ ଓ ଓମ୍‌ ପୁରୀ ଭଳି କଳାକାର ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.