ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା’ ରେ ଆପତ୍ତିଜନକ ବୟାନ ଦେଇ କିଛି ଦିନରୁ ଚର୍ଚ୍ଚାରେ ଟିଭିର ଭୀଷ୍ମ ପିତାମହ ମୁକେଶ ଖନ୍ନା । ଏଯାବତ ତାଙ୍କ ବୟାନବାଜି ଜାରି ଅଛି । ପ୍ରଥମେ ସେ କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋକୁ ଫାଲତୁ କହିଥିଲେ । ଏହାପରେ ସେ ‘ମହାଭାରତ’ରେ ଯୁଧିଷ୍ଠର ଭୂମିକାରେ ଅଭିନୟ କରିଥିବା ଗଜେନ୍ଦ୍ର ଚୌହାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ସେପଟେ ଗଜେନ୍ଦ୍ର ଦୁଇଦିନ ପୂର୍ବରୁ ତାଙ୍କୁ ଫ୍ଲପ୍ ଆକ୍ଟର କହି ଚର୍ଚ୍ଚାରେ ଅଛନ୍ତି।
ଏବେ ପୁଣିଥରେ ମୁକେଶ ସୋସିଆଲ ମିଡିଆରେ ଲମ୍ବା ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଗଜେନ୍ଦ୍ରଙ୍କ ବୟାନର ଜବାବ ଦେଇଛନ୍ତି । ଖାଲି ଏତିକି ନୁହେଁ ଗଜେନ୍ଦ୍ରଙ୍କୁ ସେ କଳିଯୁଗର ଅଧର୍ମରାଜ ବୋଲି କହିଛନ୍ତି ।
ସେହିପରି ଇନଷ୍ଟାଗ୍ରାମରେ ସେ ‘ମହାଭାରତ’ ଧାରାବାହିକର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘କଳିଯୁଗରେ ଧର୍ମରାଜଙ୍କ ନାମ ଅଧର୍ମରାଜ କରିଦେବା କଥା । ଦ୍ବାପରରେ ଧର୍ମରାଜ ସତ୍ୟ କହୁଥିଲେ ଏବଂ ଧର୍ମକୁ ସମର୍ଥନ କରୁଥିଲେ। ଆଜିର ଅଧର୍ମରାଜ ଫାଲତୁ ଓ ଅଯଥା କଥା କହୁଛନ୍ତି । ଗଜେନ୍ଦ୍ର ଏଫଟିଆଇଆଇର ଅସଫଳ ଚେୟାରମ୍ୟାନ ମଧ୍ୟ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ନିକଟରେ ଗଜେନ୍ଦ୍ରଙ୍କ ବ୍ୟତୀତ ଟିଭି କୁଇନ ଏକତା କପୁର, ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଟାର୍ଗେଟ କରି ଅନେକ କଥା କହିଥିଲେ ମୁକେଶ । ଯାହାପରେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା ।