ETV Bharat / sitara

ମୃତ୍ୟୁ ଖବର ଖଣ୍ଡନ କଲେ ଭୀଷ୍ମ ପିତାମହ, କହିଲେ ‘ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି’

ଭିଡିଓ ସେୟାର କରି ନିଜ ମୃତ୍ୟୁ ଖବରକୁ ନିନ୍ଦା କଲେ ମୁକେଶ । କିଛି ଦିନରୁ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ମୃତ୍ୟୁ ଖବର । ଅଧିକ ପଢନ୍ତୁ...

ମୃତ୍ୟୁ ଖବର ଖଣ୍ଡନ କଲେ ଭୀଷ୍ମ ପିତାମହ
ମୃତ୍ୟୁ ଖବର ଖଣ୍ଡନ କଲେ ଭୀଷ୍ମ ପିତାମହ
author img

By

Published : May 12, 2021, 10:13 AM IST

ମୁମ୍ବାଇ: ଟିଭିର ଭୀଷ୍ମ ପିତାମହ ତଥା ଭେଟେରାନ ଅଭିନେତା ମୁକେଶ ଖନ୍ନାଙ୍କ ମୃତ୍ୟୁ ଗୁଜବ ସୋସିଆଲ ମିଡିଆରେ କିଛି ଦିନରୁ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କ ମୃତ୍ୟୁ ବିଷୟରେ ଅନେକ ୟୁଜର୍ସ ସୋସିଆଲ ମିଡିଆରେ ପୋଷ୍ଟ ସେୟାର ମଧ୍ୟ କରୁଛନ୍ତି । ହେଲେ ଇତିମଧ୍ୟରେ ଏହି ମିଥ୍ୟା ଖବରକୁ ଖଣ୍ଡନ କରିଛନ୍ତି ଅଭିନେତା । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ସମସ୍ତଙ୍କୁ ଜଣାଇଛନ୍ତି ।

ମୃତ୍ୟୁ ଖବର ଖଣ୍ଡନ କଲେ ଭୀଷ୍ମ ପିତାମହ

ସେପଟେ ତାଙ୍କର ଏହି କଥା ଶୁଣି ଆଶ୍ବସ୍ତି ପାଇଛନ୍ତି ଫ୍ୟାନ୍ସ । ସେହିପରି ସେ ଏକ ଭିଡିଓ ସେୟାର କରି କହିଛନ୍ତି, ‘ମୁଁ ତୁମ ସାମ୍ନାକୁ ଏହା କହିବାକୁ ଆସିଛି ଯେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ମୁଁ ଏହି ଗୁଜବକୁ ଖଣ୍ଡନ କରୁଛି ସହ ନିନ୍ଦା ମଧ୍ୟ କରୁଛି । ସୋସିଆଲ ମିଡିଆରେ ଏହା ହେଉଛି ସମସ୍ୟା ଯେଉଁ ଲୋକେ ଏପରି ଖବର ପ୍ରସାରଣ କରନ୍ତି । ତୁମେମାନେ ମୋ ପାଇଁ ଚିନ୍ତା କରୁଥିବାରୁ ମୁଁ ଧନ୍ୟବାଦ ଜଣାଉଛି ।’

ପ୍ରକାଶ ଥାଉକି ନିକଟରେ କୋରୋନା ସଂକ୍ରମିତ ହେବା ପରେ ମୁକେଶଙ୍କ ବଡ ଭାଇ ସତୀଶ ଖନ୍ନା ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ସମୟରେ ତାଙ୍କୁ 84 ବର୍ଷ ବୟସ ହୋଇଥିଲା ଏବଂ ସେ ଜଣେ ବ୍ୟବସାୟୀ ଥିଲେ। ଏହାପରଠୁ ସୋସିଆଲ ମିଡିଆରେ ମୁକେଶଙ୍କ ମୃତ୍ୟୁ ଖବର ନିଆଁ ପରି ବ୍ୟାପି ଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.