ETV Bharat / sitara

ଅନୁ କହିଲେ ବଲିଉଡରେ ନାହିଁ ପରିବାରବାଦ

author img

By

Published : Jul 9, 2020, 8:59 PM IST

ବର୍ତ୍ତମାନ ବଲିଉଡ ଉପରେ ବଡ ବୟାନ ଦେଇ ଚର୍ଚ୍ଚାରେ ଅନୁ କପୁର । ଉଦାହରଣ ରୂପେ ସେ କିଛି ସୁପରଷ୍ଟାର୍ସଙ୍କ ନାମ ମଧ୍ୟ ନେଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁ କପୁର

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ ଭଳି ଅଭିଯୋଗ ଲାଗିବାରେ ଲାଗିଛି । ବର୍ତ୍ତମାନ ଏହି ପ୍ରସଙ୍ଗ ଦେଶର ବଡ ପ୍ରସଙ୍ଗ ସାଜିଛି । ଇତିମଧ୍ୟରେ ଫେମସ ଆକ୍ଟର ଅନୁ କପୁର ଏହି ପ୍ରସଙ୍ଗ ଉପରେ ନିଜ ବୟାନ ଦେଇ ଚର୍ଚ୍ଚାରେ । ତାଙ୍କ ଅନୁଯାୟୀ ଯଦି ପରିବାରବାଦ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥାଆନ୍ତା ତେବେ ସନ୍ନି ଦେଓଲ, ଅମିତାଭ ବଚ୍ଚନ, ବାଶୁ ଭଗନାନୀ, ହେରୀ ବାବେଜା ଭଳି ବଡ କଳାକାରଙ୍କ ପିଲା ମଧ୍ୟ ଟମ କ୍ରୁଜ ସାଜିଥାଆନ୍ତେ ।

ଅନୁଙ୍କ ଏହି ବୟାନ ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଯେବେ ସୋସିଆଲ ମିଡିଆରେ ଫେମସ ନିର୍ମାତା କରନ ଜୋହର, ସଲମାନ ଖାନ, ମହେଶ ଭଟ୍ଟ ଓ ଭୂଷଣ କୁମାର ଭଳି ସେଲିବ୍ରିଟିଙ୍କ ଉପରେ ପରିବାରବାଦ ଦୋଷ ଲାଗିଥିଲା ।

ନିକଟରେ ଯୋଗ ଦେଇଥିବା ଅନୁ ଏକ ସାକ୍ଷାତକାରରେ କହିଥିଲେ ଯେ ପରିବାରବାଦ ଭଳି କୌଣସି ଜିନିଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାହିଁ । ଏମିତି ଅନେକ କଳାକାର ଅଛନ୍ତି ଯେଉଁମାନେ ବିନା କାହାରି ସମର୍ଥନରେ ନିଜ ସ୍ଥାନ ଇଣ୍ଡଷ୍ଟ୍ରିରେ ସ୍ଥାପନ କରିବାରେ ସଫଳ । କେବଳ ବଡ ପରିବାରରେ ଜନ୍ମ ହେବାରୁ କିଛି ଲାଭ ହୁଏନାହିଁ । କାରଣ ଦକ୍ଷତା ଥିବା ନିହାତି ଆବଶ୍ୟକ । ଯାହା ସବୁଠୁ ଅଧିକ ମହତ୍ବପୂର୍ଣ୍ଣ ।

ଯଦି କୌଣସି ଆର୍କିଟେକ୍ଟ ପିଲା ଆର୍କିଟେକ୍ଟ ସାଜୁଛି । ଡାକ୍ତର ପିଲା ଡାକ୍ତର ସାଜୁଛି ତାହାଲେ ସବୁଠିକ୍ । ହେଲେ ଯଦି କୌଣସି ଷ୍ଟାର ପିଲା ଷ୍ଟାର ହେଉଛି ତେବେ ସମସ୍ତେ ପରିବାରବାଦ କଥା କହୁଛନ୍ତି । ଯାହା ଠିକ୍ କଥା ନୁହେଁ ।

ପ୍ରକାଶ ଥାଉକି ସେହିପରି ସେ ଦାବି କରିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅକ୍ଷୟ କୁମାର, ଶାହରୁଖ ଖାନ, ଓ ଅମିତାଭଙ୍କ ସହ ଅନେକ କଳାକାର ଅଛନ୍ତି, ଯିଏ ବିନା ସମର୍ଥନରେ ସୁପରଷ୍ଟାର ସାଜିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.