ETV Bharat / sitara

ସୁଶାନ୍ତଙ୍କ ପ୍ରେୟାର ମିଟରେ ଯୋଗ ଦେଲେ 101 ରୁ ଅଧିକ ଦେଶ - people from over 101 countries joined

ସୁଶାନ୍ତଙ୍କ ଭଉଣୀ ଶ୍ୱେତା ତାଙ୍କ ଭାଇଙ୍କ ପାଇଁ ଏକ ଗ୍ଲୋବାଲ ପ୍ରେୟାର ମିଟର ଆୟୋଜନ କରିଥିଲେ । ଯେଉଁଥିରେ 101 ରୁ ଅଧିକ ଦେଶର ଲୋକ ଅଂଶଗ୍ରହଣ କରିଥିଲେ । ଅଧିକ ପଢନ୍ତୁ...

people from over 101 countries joined sushants prayer meet
ସୁଶାନ୍ତଙ୍କ ପ୍ରେୟାର ମିଟରେ ଯୋଗ ଦେଲେ 101 ରୁ ଅଧିକ ଦେଶର ଲୋକ
author img

By

Published : Aug 23, 2020, 3:36 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତ୍ତୀ ତାଙ୍କ ଭାଇଙ୍କ ପାଇଁ ଶନିବାର ଦିନ ଏକ ଗ୍ଲୋବାଲ ପ୍ରେୟାର ମିଟର ଆୟୋଜନ କରିଥିଲେ । ଯେଉଁଥିରେ 101 ରୁ ଅଧିକ ଦେଶର ଲୋକ ଅଂଶଗ୍ରହଣ କରିଥିଲେ ।

କୀର୍ତ୍ତୀ ଏହି ବିଷୟରେ ଟ୍ୱିଟରରେ ସୂଚନା ଦେଇ କହିଛନ୍ତି, ସୁଶାନ୍ତଙ୍କ ପାଇଁ ଆୟୋଜିତ ଭର୍ଚୁଆଲ୍ ପ୍ରେୟାର ମିଟରେ 101 ରୁ ଅଧିକ ଦେଶର ଲୋକ ଅଂଶଗ୍ରହଣ କରିଥିଲେ । ଏହି ସଭାରେ ମୁସଲମାନ, ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ବହୁ ଧର୍ମର ଲୋକ ସାମିଲ ହୋଇ ସେମାନେ ସମସ୍ତେ ଆମର ପ୍ରିୟ ସୁଶାନ୍ତଙ୍କ ପାଇଁ ଗାୟତ୍ରୀ ମନ୍ତ୍ର ପାଠ କରୁଥିଲେ । ଆମେ ସତ୍ୟ ପାଇଁ ଲଢିବୁ । ଭଗବାନ ଆମକୁ ସାହସ ଦେଇ ଆଶୀର୍ବାଦ କରନ୍ତୁ । ଏହି ଆୟୋଜନ ପାଇଁ ମୁଁ ଅତ୍ୟଧିକ କୃତଜ୍ଞ ଏବଂ ସମସ୍ତଙ୍କୁ ଧନ୍ୟବାଦ।

କୀର୍ତ୍ତୀ ଇନଷ୍ଟାଗ୍ରାମରେ ଏହି ଇଭେଣ୍ଟର ଏକ ଫଟୋ ଏବଂ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।

ଏହାପରେ ଶ୍ୱେତା ଗଣେଶ ଚତୁର୍ଥୀ ଅବସରରେ ସୁଶାନ୍ତଙ୍କ ଏକ ଫଟୋ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ସୁଶାନ୍ତ ଭଗବାନ ଗଣେଶଙ୍କ ମୃର୍ତ୍ତି ଧରିଥିବାର ନଜର ଆସିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.