ETV Bharat / sitara

‘ବାଜିରାଓ ମସ୍ତାନୀ’ର ହେବ ନାଟକୀୟ ରୂପାନ୍ତର - ଲାଇଭ ମ୍ୟୁଜିକାଲ ଡ୍ରାମା ରୂପେ ଉପସ୍ଥାପନା

ଏଥର ରଙ୍ଗ ମଞ୍ଚରେ ବ୍ଲକବଷ୍ଟର ଫିଲ୍ମ ବାଜିରାଓ ମସ୍ତାନୀର ହେବ ଲାଇଭ ମ୍ୟୁଜିକାଲ ଡ୍ରାମା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 14, 2020, 12:22 AM IST

ମୁମ୍ବାଇ: 2015ରେ ଆସିଥିବା ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ସୁପରଡୁପର ହିଟ୍ ଫିଲ୍ମ ବାଜିରାଓ ମସ୍ତାନୀକୁ ନେଇ ନୂଆ ଚର୍ଚ୍ଚା । ଖୁବଶୀଘ୍ର ଏହି ଫିଲ୍ମଟି ନୂଆ ମ୍ୟୁଜିକାଲ ଡ୍ରାମାର ରୂପ ନେବାକୁ ଯାଉଛି । ହ୍ୟାଣ୍ଡସମ ଆକ୍ଟର ରଣବୀର ସିଂ, ଦୀପିକା ପାଦୁକୋନ ଓ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଏହି ଫିଲ୍ମକୁ ମୈତ୍ରେୟୀ ପହାଡି ନିଜ ନିର୍ଦ୍ଦେଶନାରେ ମଞ୍ଚରେ ଏକ ଲାଇଭ ମ୍ୟୁଜିକାଲ ଡ୍ରାମା ରୂପେ ଉପସ୍ଥାପନା କରିବେ ।

ସେହିପରି ମହାନ କତ୍ଥକ କଳାକାର ପଣ୍ଡିତ ବିରଜୁ ମହାରାଜ ଏଥିରେ ରଚନାତ୍ମକ ନିର୍ଦ୍ଦେଶକ ଭୂମିକାରେ ନଜର ଆସିବେ । ଏହି ମ୍ୟୁଜିକାଲ ଡ୍ରାମା ଫିଲ୍ମକୁ ନେଇ ଆଧାରିତ ହେବ । ଯେଉଁଥିରେ 10 ମ୍ୟୁଜିକ ସିକ୍ବେନ୍ସ 50 ନୃତ୍ୟଶିଳ୍ପୀ ଓ 12 ଜଣ କଳାକାର ରହିବେ ।

ଏହି ନାଟକରେ ସାତୋଟି ଓରିଜନାଲ ଗୀତ ଫିଲ୍ମ ବାଜିରାଓ ମସ୍ତାନୀରୁ ନିଆଯାଇଛି । ଯେଉଁଥିରେ ମଲ୍ହାରୀ ମଧ୍ୟ ସାମିଲ ଅଛି । ଲକଡାଉନର ଏହି ସମୟରେ ନାଟକର ସବୁ କଳାକାରଙ୍କୁ ନିଜ ପ୍ରତିଭା ବିକାସିତ କରିବାକୁ ସମୟ ଦେଇସାରିଛି ।

ପ୍ରକାଶ ଥାଉକି ନାଟକ ଏପ୍ରିଲ ମାସରେ ଦିଲ୍ଲୀରେ ହେବାର ଥିଲା । ହେଲେ ଲକଡାଉନ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.