ETV Bharat / sitara

ଆସୁଛି ‘ଅନ୍ଧାଧୁନ’ର ତେଲୁଗୁ ରିମେକ, ଆକାଶ ସାଜିବେ ନିତିନ - ‘ଅନ୍ଧାଧୁନ’ର ତେଲୁଗୁ ରିମେକ

ଆସନ୍ତା ଜୁନ ମାସରେ ‘ଅନ୍ଧାଧୁନ’ର ତେଲୁଗୁ ରିମେକ ଫିଲ୍ମ ସୁଟିଂ ଆରମ୍ଭ ହେବାକୁ ଯାଉଛି। ଆୟୁଷ୍ମାନ ଖୁରାନାଙ୍କ ଏହି ସୁପରହିଟ୍ ଫିଲ୍ମରେ ତେଲୁଗୁ ଫେମସ ଆକ୍ଟର ନିତିନ ନଜର ଆସିବେ।

nithiin
ଡିଜାଇନ ଫଟୋ
author img

By

Published : Feb 24, 2020, 7:36 PM IST

ହାଇଦ୍ରାବାଦ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନାଙ୍କୁ ସୁପରହିଟ୍ ଫିଲ୍ମ ‘ଅନ୍ଧାଧୁନ’ ପାଇଁ ଜାତୀୟ ପୁରସ୍କାର ମିଳିଥିଲା। ଏବେ ଏହି ଫିଲ୍ମର ତେଲୁଗୁ ରିମେକ ନିର୍ମାଣ ହେବାକୁ ଯାଉଛି। ସୋମବାର ହାଇଦ୍ରାବାଦରେ ଏହାର ଲଞ୍ଚ ଇଭେଣ୍ଟ ଆୟୋଜିତ ହୋଇଛି।

‘ଅନ୍ଧାଧୁନ’ର ତେଲୁଗୁ ରିମେକରେ ଲୋକପ୍ରିୟ ସାଉଥ ଅଭିନେତା ନିତିନ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମର ଟାଇଟଲ ଏଯାବତ ଘୋଷଣା ହୋଇନାହିଁ। ଏହି ଫିଲ୍ମକୁ ମେରଲାପକା ଗାନ୍ଧୀ(Merlapaka Gandhi) ନିର୍ଦ୍ଦେଶିତ କରିବେ। ସେହିପରି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇବେ ଏନ ସୁଧାକର ରେଡ୍ଡୀ ଓ ନିକିତା ରେଡ୍ଡୀ। ଆସନ୍ତା ଜୁନ ମାସରେ ଫିଲ୍ମର ସୁଟିଂ ଆରମ୍ଭ ହେବ ।

ପ୍ରକାଶ ଥାଉକି ଶ୍ରୀରାମ ରାଘବନଙ୍କ ଥ୍ରିଲର ଫିଲ୍ମ ‘ଅନ୍ଧାଧୁନ’ରେ ଆୟୁଷ୍ମାନଙ୍କ ବ୍ୟତୀତ ତବ୍ବୁ ଓ ରାଧିକା ଆପ୍ତେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆୟୁଷ୍ମାନଙ୍କୁ ଜାତୀୟ ପୁରସ୍କାର ମିଳିବା ବ୍ୟତୀତ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ଶ୍ରେଣୀରେ ମଧ୍ୟ ଜାତୀୟ ପୁରସ୍କାର ମିଳିସାରିଛି। 2018 ଅକ୍ଟୋବର 5ରେ ‘ଅନ୍ଧାଧୁନ’ ରିଲିଜ ହୋଇଥିଲା। ବିଶ୍ବସ୍ତରରେ ଫିଲ୍ମଟି ପାଖାପାଖି 450 କୋଟି ଆୟ କରି ବ୍ଲକବଷ୍ଟର ସାଜିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.