ETV Bharat / sitara

ନୀତୁଙ୍କ କୋରୋନା ରିପୋର୍ଟ ନେଗେଟିଭ, ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଲେ ରିଦ୍ଧିମା

author img

By

Published : Dec 11, 2020, 10:28 PM IST

ଅଭିନେତ୍ରୀ ନୀତୁ କପୁରଙ୍କ କୋରୋନା ରିପୋର୍ଟ ନେଗେଟିଭ ବୋଲି ଜଣାପଡିଛି । ଏହି ସୂଚନା ତାଙ୍କ ଝିଅ ରିଦ୍ଧିମା କପୁର ଜଣାଇଛନ୍ତି । ଅଧିକ ପଢନ୍ତୁ...

neetu-kapoor-tests-negative-for-covid-19-says-daughter-riddhima
ନୀତୁଙ୍କ କୋରୋନା ରିପୋର୍ଟ ନେଗେଟିଭ,ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଲେ ଝିଅ ରିଦ୍ଧିମା

ନୂଆଦିଲ୍ଲୀ: ଭେଟେରାନ ଅଭିନେତ୍ରୀ ନୀତୁ କପୁରଙ୍କ କୋରୋନା ରିପୋର୍ଟ ନେଗେଟିଭ ବୋଲି ଜଣାପଡିଛି । ଏହି ସୂଚନା ତାଙ୍କ ଝିଅ ରିଦ୍ଧିମା କପୁର ସାହନି ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜଣାଇଛନ୍ତି ।

ଶୁକ୍ରବାର, ରିଦ୍ଧିମା ମା'ଙ୍କ ସହିତ ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହାର କ୍ୟାପସନରେ ରିଦ୍ଧିମା ଲେଖିଛନ୍ତି, 'ଆପଣ ସମସ୍ତଙ୍କ ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ଧନ୍ୟବାଦ' ।

ଗୁରୁବାର ଦିନ, ନୀତୁ କହିଥିଲେ ଯେ, ତାଙ୍କର କୋରୋନା ରିପୋର୍ଟ ପଜିଟିଭ୍ ବାହାରିଛି ଏବଂ ସେ ନିଜକୁ ସେଲ୍ଫ କ୍ୟାରେଣ୍ଟାଇନ କରିଛନ୍ତି ଏବଂ ସମସ୍ତ ସୁରକ୍ଷା ବ୍ୟବସ୍ଥା ଅନୁସରଣ କରୁଛନ୍ତି ।

ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, 'ଏହି ସପ୍ତାହ ଆରମ୍ଭରୁ ମୋର କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ସମସ୍ତ ସୁରକ୍ଷା ବ୍ୟବସ୍ଥା ପାଳନ କରୁଛି ଏବଂ ଡାକ୍ତରଙ୍କ ଅନୁଯାୟୀ ଔଷଧ ଖାଉଛି ଏବଂ ସୁସ୍ଥ ଅନୁଭବ କରୁଛି ' ।

ସେ ଆହୁରି ଲେଖିଛନ୍ତି, 'ଆପଣ ସମସ୍ତଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞ । ଦୟାକରି ସୁରକ୍ଷିତ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ ଏବଂ ଉପଯୁକ୍ତ ଦୂରତା ବଜାୟ ରଖନ୍ତୁ ’।

ପ୍ରକାଶ ଥାଉ ଯେ, ନୀତୁ ଚଣ୍ଡିଗଡ଼ରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଜୁଗ୍ ଜୁଗ୍ ଜିଓ'ର ସୁଟିଂ କରୁଥିଲେ ଏବଂ ସେହି ସମୟରେ ଡିସେମ୍ବର 4 ତାରିଖରୁ ଖବର ଆସିବାରେ ଲାଗିଲା ଯେ ସେ, ବରୁଣ ସହ ନିର୍ଦ୍ଦେଶକ ରାଜ ମେହେତାଙ୍କ କୋଭିଡ ପଜିଟିଭ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.