ETV Bharat / sitara

ଜନ୍ମଦିନରେ ମା'ଙ୍କୁ ଆଇରନ ଲେଡି ଆଖ୍ୟା ଦେଲେ ରିଦ୍ଦିମା

author img

By

Published : Jul 8, 2020, 12:51 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ରିଦ୍ଦିମା କପୁରଙ୍କ ପୋଷ୍ଟ । ଯେଉଁଥିରେ ସେ ନୀତୁ କପୁରଙ୍କୁ 62ତମ ଜନ୍ମଦିନର ଶୁଭେଚ୍ଛା ଖାସ୍ ଅନ୍ଦାଜରେ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିଦ୍ଧିମା କପୁର

ମୁମ୍ବାଇ: ଆଜି ଋଷି କପୁରଙ୍କ ପତ୍ନୀ ତଥା ଫେମସ ଅଭିନେତ୍ରୀ ନୀତୁ ସିଂଙ୍କ 62ତମ ଜନ୍ମଦିନ । ସୋସିଆଲ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି ପ୍ରଶଂସକ । ହେଲେ ତାଙ୍କ ଲାଡଲୀ ରିଦ୍ଧିମା କପୁର ଖାସ୍ ଅନ୍ଦାଜରେ ବର୍ଥଡେ ୱିଶ କରିଛନ୍ତି । ସେ ସୋସିଆଲ ମିଡିଆରେ ଭାଇ, ଅଭିନେତା ରଣବୀର କପୁର ଓ ନୀତୁଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଫଟୋରେ ସେ ଲେଖିଛନ୍ତି, ‘ଆଇରନ ଲେଡିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ।’ ପ୍ରକାଶ ଥାଉକି ରିଦ୍ଦିମା ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ସେ ପ୍ରାୟତଃ ନିଜ ପରିବାରର ଥ୍ରୋବ୍ୟାକ ଫଟୋ, ଭିଡିଓ ସେୟାର କରି ଚର୍ଚ୍ଚାରେ ଆସନ୍ତି ।

ପିତା ଋଷିଙ୍କ ଦେହାନ୍ତ ପରେ ସେ ମା'ଙ୍କ ସହ ଅଧିକାଂଶ ସମୟ ବିତାଉଛନ୍ତି । ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିସାରିଛି । ସେହିପରି ପିତାଙ୍କ ପୁରୁଣା ଫଟୋ ସେୟାର କରି ଅନେକ ଇମୋଶନାଲ ପୋଷ୍ଟ ମଧ୍ୟ ଲେଖି ସାରିଛନ୍ତି ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.