ମୁମ୍ବାଇ: ବଲିଉଡ ଅଭିନେତା ନସିରୁଦ୍ଦିନ ଶାହା ହସ୍ପିଟାଲରେ ଭର୍ତ୍ତି ଥିବାନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ସେ ପୁରା ସୁସ୍ଥ ଓ ଘରେ ଅଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।
ନସିରୁଦ୍ଦିନଙ୍କ ମ୍ୟାନେଜରଙ୍କ ସହ ଇଟିଭ ଭାରତ ସ୍ବତନ୍ତ୍ର ସାକ୍ଷାତକାର କରିଥିଲେ । ତାଙ୍କ ମ୍ୟାନେଜର ଏହି ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା କହିଛନ୍ତି । ଏପରି ଖବର କିଏ ପ୍ରଚାର କରୁଛି ତାହା ମଧ୍ୟ ଜାଣିନାହିଁ । ନସିରୁଦ୍ଦିନଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମ୍ୟାନେଜର ଆହୁରି ମଧ୍ୟ କହିଛନ୍ତି ଯେ, ସେ ମୁମ୍ବାଇ ଠାରୁ କିଛି ଦୂର ତାଙ୍କ ଫାର୍ମ ହାଉସରେ ଅଛନ୍ତି । ଲକଡାଉନ ପର ଠାରୁ ସେ ତାଙ୍କ ପୁରା ପରିବାର ସହ ସମୟ ବିତାଉଛନ୍ତି ।
ଏହା ସହ ନସରୁଦ୍ଦିନଙ୍କ ପୁଅ ଏହି ଗୁଜବ ଶୁଣିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହା ଏକ ମିଛ ଖବର ବାପା ଭଲ ଅଛନ୍ତି । ଗତକାଲି 9.21ରେ ସେ ଟ୍ବିଟ କରି ଜଣାଉଛନ୍ତି । ଏହା ସହ ବିବାନ ଶାହ କହିଛନ୍ତି, ବାପା ଏବେ ଇରଫାନ ଖାନ ଓ ଚୁଣ୍ଟୁ ଅଙ୍କଲ ପାଇଁ ପ୍ରାର୍ଥନା କରୁଛନ୍ତି ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ