ETV Bharat / sitara

ସୁଶାନ୍ତଙ୍କ ମୃତ୍ୟୁ ମାମଲା, ଟ୍ବିଟର ଇଣ୍ଡିଆକୁ ପୋଲିସର ଚିଠି

author img

By

Published : Jun 29, 2020, 11:48 PM IST

ସୁଶାନ୍ତଙ୍କ ଟ୍ବିଟ ଡିଟେଲ୍ସ ଜାଣିବାକୁ ଟ୍ବିଟରକୁ ମୁମ୍ବାଇ ପୋଲିସ ପଠାଇଲା ଚିଠି । ତାଙ୍କ ଆତ୍ମହତ୍ୟାରେ ଜୋରସୋରରେ ତଦନ୍ତ ଚଳାଇଛି ପୋଲିସ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ବାସ୍ତବ କଥା ଜାଣିବାକୁ ମୁମ୍ବାଇ ପୋଲିସ କ୍ରମାଗତ ଭାବେ ତଦନ୍ତ ଚଳାଇଛି । ଯାଞ୍ଚରେ ସୁଶାନ୍ତଙ୍କ ବନ୍ଧୁ, ପରିବାର ଲୋକ, ସମ୍ପର୍କୀୟ ଓ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିସାରିଲାଣି ପୋଲିସ । ଇତିମଧ୍ୟରେ ପୋଲିସ ଟ୍ବିଟର ଇଣ୍ଡିଆ ସହ ସୁଶାନ୍ତଙ୍କ ଟ୍ବିଟ ବିଷୟରେ ଜାଣିବା ପାଇଁ କଥାବାର୍ତ୍ତା କରିଛି ।

ସୁଶାନ୍ତଙ୍କ କେସ ସହ ସମ୍ପୃକ୍ତ ଥିବା ଜଣେ ସିନିୟର ଅଫିସରଙ୍କ ଅନୁଯାୟୀ ପୋଲିସ ଏକ ଚିଠି ଜରିଆରେ ଟ୍ବିଟର ଇଣ୍ଡିଆକୁ ତାଙ୍କ ହ୍ୟାଣ୍ଡେଲ @ItsSSR ଆକ୍ଟିଭିଟିକୁ ନେଇ ଡିଟେଲ୍ସ ମାଗିଛି । ଏହାସହ ସବୁ ଜଣାଇବାକୁ କୁହାଯାଇଛି ଯେ ତାଙ୍କ ଆକାଉଣ୍ଟରୁ କୌଣସି ଟ୍ବିଟ ଡିଲିଟ କରାଯାଇଛି କି ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ଟ୍ବିଟରରେ ଶେଷ ଟ୍ବିଟ ଡିସେମ୍ବର 27 2019ରେ ହୋଇଥିଲା । ଏଥି ସହିତ ସୋସିଆଲ ମିଡିଆର ରିପୋର୍ଟକୁ ଦୃଷ୍ଟିରେ ରଖି ସୁଶାନ୍ତଙ୍କ ଟ୍ବିଟ ଡିଲିଟ ହୋଇଛି କି ନାହିଁ ପୋଲିସ ମଧ୍ୟ ଜାଣିବାକୁ ଚାହୁଁଛି । କିଛି ଦିନ ହେବ ସୋସିଆଲ ମିଡିଆରେ ସୁଶାନ୍ତଙ୍କ କିଛି ଟ୍ବିଟର ସ୍କ୍ରିନସଟ ଭାଇରାଲ ହେବାରେ ଲାଗିଛି । ଯାହା ବିଷୟରେ ଜାଣିବାକୁ ପୋଲିସ ଯାଞ୍ଚ କରୁଛି । ଗତ 26 ତାରିଖରେ ପୋଲିସ ଟ୍ବିଟର ଇଣ୍ଡିଆକୁ ଚିଠି ଲେଖି ସୁଶାନ୍ତଙ୍କ ଟ୍ବିଟର ସବୁ ବିବରଣୀ ମାଗିଥିଲା ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.