ହାଇଦ୍ରାବାଦ: ବ୍ୟସ୍ତବହୁଳ ମଧ୍ୟରେ ନୂଆ ବର୍ଷ ଆରମ୍ଭ କରିଛନ୍ତି ଅଭିନେତା ମୃଣାଳ ଠାକୁର । 2021 ମସିହାରେ ପାଖାପାଖି ପାଞ୍ଚଟି ଚଳଚ୍ଚିତ୍ରରେ ନଜର ଆସିବେ ମୃଣାଳ । ଏହାସହ ମୃଣାଳ 2021ରେ ‘ଡକ୍ଟର-ଜି’ରେ ମଧ୍ୟ ନଜର ଆସି ପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା । ଆୟୁଷ୍ମାନ ଖୁରାନାଙ୍କ ସହ ନଜର ଆସିଥାନ୍ତେ ମୃଣାଳ କିନ୍ତୁ ବର୍ତ୍ତମାନ ଏହି ପ୍ରୋଜେକ୍ଟରୁ ବ୍ୟାକଆଉଟ୍ କରିଛନ୍ତି ।
ଆସନ୍ତା ବର୍ଷ ସେ ଶାହିଦ କପୁରଙ୍କ ସହ କ୍ରିକେଟ୍ ଡ୍ରାମା ‘ଜର୍ସି’ ଏବଂ ଫରହାନ୍ ଅଖତରଙ୍କ ସହ ବକ୍ସିଂ ଫ୍ଲିକ୍ ‘ତୁଫାନ୍’ ଅନ୍ତର୍ଭୁକ୍ତ। ଆନୁଷ୍ଠାନିକ ଭାବେ ଘୋଷଣା ହେବାକୁ ଥିବା ଦୁଇଟି ପ୍ରୋଜେକ୍ଟ ବ୍ୟତୀତ ଅଭିମନ୍ୟୁ ଦାସାନୀଙ୍କ ସହ ତାଙ୍କର କମେଡି ଫିଲ୍ମ ‘ଆଂଖ୍ ମିଚୋଲି’ରେ ମଧ୍ଯ ନଜର ଆସିବେ ।
ତେବେ ଲକଡାଉନ୍ ପୂର୍ବରୁ ଫିଲ୍ମ ‘ଡକ୍ଟର-ଜି’ର ସୁଟିଂ ପାଇଁ ଡେଟ୍ ଦେଇଥିଲେ ମୃଣାଳ । ଲକଡାଉନ୍ ପରେ ଡେଟ୍ ଦେଇ ପାରିନଥିଲେ ମୃଣାଳ ଓ ଆୟୁଷ୍ମାନ୍ । ଯଦିଓ ଫିଲ୍ମରେ ତାଙ୍କର ଚରିତ୍ର ବେଶ୍ ପ୍ରଭାବଶାଳୀ ଥିଲା ମାତ୍ର ସେ ଅନ୍ଯ ଫିଲ୍ମ ପାଇଁ ଡେଟ୍ ଦେଇସାରିଥିବାରୁ ଡକ୍ଟର-ଜି ପାଇଁ ସେ ତାରିଖ ଦେଇପାରି ନଥିଲେ । ଏହାକୁ ନେଇ ନିର୍ମାତାଙ୍କୁ ସ୍ଥିତି ବିଷୟରେ ଜଣାଇଥିଲେ ।
କାହାଣୀ ଏବଂ ଭାବନା ଉପରେ ଆଧାର କରି ଚରିତ୍ର କରିବାକୁ ମୃଣାଳ ପସନ୍ଦ କରନ୍ତି । ତେବେ ଆଗକୁ ମୃଣାଳ ‘ପିପା’ରେ ଇଶାନ ଖଟ୍ଟରଙ୍କ ସହ ନଜର ଆସିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ