ହାଇଦ୍ରାବାଦ: ପ୍ରଖ୍ୟାତ କଳାକାର ମିଥୁନ ଚକ୍ରବର୍ତ୍ତୀ ପରଦା ଉପରକୁ ଫେରୁଛନ୍ତି ହରର କମେଡି ଫିଲ୍ମ ଭୁତିୟାପା ଜରିଆରେ । ଏହାକୁ ନିର୍ଦ୍ଦେଶନା ଦେଉଛନ୍ତି ମନୋଜ ମିଶ୍ର ।
ତେବେ ଏହି ବିଷୟରେ ନିଜେ ମନୋଜ ମିଶ୍ର କହିଛନ୍ତି । ମିଥୁନଙ୍କୁ ଏଥିରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ଜୁଲାଇ ମାସରେ ଆରମ୍ଭ ହେବ । ଫିଲ୍ମର ବେଶି ସୁଟିଂ ଲକ୍ଷ୍ନୌରେ କରାଯିବ ଓ ଗୋଟିଏ ସିନର ସୁଟିଂ ମୁମ୍ବାଇରେ ହେବ ।
ତେବେ ଶୁଣିବାକୁ ମିଳୁଥିଲା ମିଥୁନ ଚକ୍ରବର୍ତ୍ତୀଙ୍କ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଛି ମାତ୍ର ଏ ଖବର ସବୁ ପ୍ରଶ୍ନ ଉପରେ ବିରାମ ଲଗେଇଛି । ତେବେ ଫିଲ୍ମରେ ମିଥୁନଙ୍କ ସହ କ୍ରିଷ୍ଣା ଶର୍ମା, ସୁଗନ୍ଧା ମିଶ୍ର, ରାଜିବ ଠାକରେ ପ୍ରମୁଖଙ୍କୁ ଦେଖିବାକୁ ମିଳିବ ।