ନୂଆଦିଲ୍ଲୀ: ଆକ୍ଟର ଓ ମଡେଲ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ପ୍ରଥମେ ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ନିଜ ମଡେଲିଂ ଦିନକୁ ମନେ ପକାଇ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ସ୍ପେଶାଲ ଫଟୋ । ସେ ସୋସିଆଲ ମିଡିଆରେ ନିଜ ମଡେଲିଂ ସମୟର 30 ବର୍ଷ ପୁରୁଣା ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରିଛନ୍ତି । ଏବେ ମିଲିନ୍ଦଙ୍କ ଏହି ଫଟୋରେ ତାଙ୍କ ପ୍ରଶଂସକମାନେ କମେଣ୍ଟ ବକ୍ସରେ ବହୁ ମନ୍ତବ୍ୟ ଦେଉଛନ୍ତି ।
- " class="align-text-top noRightClick twitterSection" data="
">
ଏହା ମିଲିନ୍ଦଙ୍କ 1991 ଫଟୋସୁଟ ସମୟର । ଏହି ଫଟୋକୁ ନେଇ ମିଲିନ୍ଦ କହିଛନ୍ତି ଯେ,ଏହା କାଶ୍ମୀରୀ ପୋଷାକ ପାଇଁ ଏହି ସୁଟ୍ କରାଯାଇଛି ।
ମିଲିନ୍ଦଙ୍କ ଏହି ଫଟୋରେ ଜଣେ ପ୍ରଶଂସକ ଲେଖିଛନ୍ତି, କେଶର ରଙ୍ଗ ସହିତ କିଛି ବଦଳି ନାହିଁ, ତୁମେ କଦାପି ବୁଢା ହେବ ନାହିଁ ।
ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ୱା ସାର୍ ସୁପର ହ୍ୟାଣ୍ତସମ ଦେଖାଯାଉଛି' ।
ପ୍ରକାଶ ଥାଉ ଯେ, କିଛି ଦିନ ପୂର୍ବରୁ ମିଲିନ୍ଦ କୋରୋନା ଶିକାର ହୋଇଥିଲେ ଏବଂ ପରେ ସେ ପ୍ଲାଜମା ଦାନ କରିବେ ବୋଲି ତାଙ୍କ ପ୍ରଶଂସକଙ୍କୁ କହିଥିଲେ।