ETV Bharat / sitara

'ମେଣ୍ଟାଲ ହୈ କ୍ୟା'କୁ ନେଇ ଏକତାଙ୍କ ବଡ ଖୁଲାସା - ekta kapoor

'ମେଣ୍ଟାଲ ହୈ କ୍ୟା' ରିଲିଜ ପୂର୍ବରୁ ସାମ୍ନାକୁ ଆସିଲା ଫିଲ୍ମ ନିର୍ମାତା ଏକତା କପୁରଙ୍କ ବୟାନ । ସୋସିଆଲ ମିଡିଆରେ ପୋଷ୍ଟ କରି କହିଲେ ଫିଲ୍ମର ଟାଇଟଲ କାହାରିକୁ ଅପମାନ କରୁନାହିଁ ।

ଡିଜାଇନ ଫଟୋ
author img

By

Published : Jun 19, 2019, 7:52 PM IST

ମୁମ୍ବାଇ: ଅଭିନେତା ରାଜକୁମାର ରାଓ ଓ କଙ୍ଗନା ରଣାୱତଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ମେଣ୍ଟାଲ ହୈ କ୍ୟା' ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ଅଛି । ଫିଲ୍ମଟି ରିଲିଜ ହେବା ପାଇଁ ପ୍ରସ୍ତୁତ ହୋଇସାରିଲାଣି । ଇତିମଧ୍ୟରେ ଫିଲ୍ମକୁ ନେଇ ବଡ ଖୁଲାସା କରିଛନ୍ତି ଫିଲ୍ମ ନିର୍ମାତା ଏକତା କପୁର । ସେ କହିଛନ୍ତି କି ତାଙ୍କର ଏହି ଆଗାମୀ ଫିଲ୍ମ କାହାରି ଭାବନାକୁ ଆହତ କଲା ଭଳି ନୁହେଁ । କାରଣ ଏଥିରେ ମାନସିକ ରୋଗଗ୍ରସ୍ତ ଲୋକଙ୍କୁ ପୁରା ସମ୍ବେଦନଶୀଳତା ରୂପେ ଉପସ୍ଥାପନା କରାଯାଇଛି ।

କିଛି ଦିନ ପୂର୍ବରୁ କିଛି ମନୋଚିକିତ୍ସକ ଫିଲ୍ମର ଟାଇଟଲକୁ ନେଇ ଆପତ୍ତି ପ୍ରକାଶ କରଥିଲେ ଏବଂ କହିଥିଲେ କି କଙ୍ଗନା ଏବଂ ରାଜକୁମାରଙ୍କ ଅଭିନୀତ ଫିଲ୍ମ ମାନସିକ ରୋଗାଗ୍ରସ୍ତ ଲୋକଙ୍କ ଅପମାନ କରୁଛି ।

ଏକତା ସୋସିଆଲ ମିଡିଆ ଜରିଆରେ ଏହି ବିବାଦକୁ ଶେଷ କରିବା ପାଇଁ ଲେଖିଛନ୍ତି, "ଏହି ଫିଲ୍ମ ମାନସିକ ରୋଗୀଙ୍କୁ କୌଣସି ପ୍ରକାର ଆହତ କରୁନାହିଁ ଏବଂ ଫିଲ୍ମର ଟାଇଟଲ କୌଣସି ମଧ୍ୟ ଭାବନାକୁ ଅପମାନ କରୁନାହିଁ ।

ଜଣାଇ ଦେଉଛୁ ଯେ ନିର୍ଦ୍ଦେଶକ ପ୍ରକାଶ କେ.ଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା 'ମେଣ୍ଟାଲ ହେ କ୍ୟା' ଜୁଲାଇ 26ରେ ରିଲିଜ ହେବାକୁ ଯାଉଛି ।

ପ୍ରକାଶ ଥାଉକି କିଛି ଦିନ ପୂର୍ବେ ଫିଲ୍ମକୁ ନେଇ ବିବାଦ ଦେଖାଦେଇଥିଲା । 'ମେଣ୍ଟାଲ ହୈ କ୍ୟା' କଣ୍ଟେଣ୍ଟକୁ ନେଇ ଇଣ୍ଡିଆନ ସାଇକିଏଟ୍ରିକ ସୋସିଆଇଟି ଆପତ୍ତି ପ୍ରକାଶ କରିଥିଲେ । ଇଣ୍ଡିଆନ ସାଇକିଏଟ୍ରିକ ସୋସିଆଇଟି କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡକୁ ଚିଠି ଲେଖି କହିଥିଲେ କି କଙ୍ଗନା ଓ ରାଜକୁମାର ଅଭିନୀତ ଫିଲ୍ମ 'ମେଣ୍ଟାଲ ହୈ କ୍ୟା' ପୋଷ୍ଟର ମାନସିକ ରୋଗକୁ ଭୁଲ ରୂପେ ଉପସ୍ଥାପନା କରୁଛି ।

Intro:Body:

sdfs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.