ETV Bharat / sitara

ଭଉଣୀଙ୍କ ସହ ଡାନ୍ସ କରିବାକୁ ଭଲ ପାଉଥିଲେ ସୁଶାନ୍ତ, ଭାଇରାଲ ଭିଡିଓ

author img

By

Published : Aug 31, 2020, 4:42 PM IST

ପୁଣି ସୋସିଆଲ ମିଡିଆରେ ଭାଇ ସୁଶାନ୍ତଙ୍କୁ ମନେ ପକାଇଲେ ଶ୍ବେତା । ପୁରୁଣା ସ୍ମୃତି ସେୟାର କରି ସୁଶାନ୍ତଙ୍କୁ ମିସ୍ କରୁଥିବାର ଆସିଲେ ନଜର...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ତାଙ୍କ ଭଉଣୀ ଶ୍ବେତା ସିଂ କ୍ରିର୍ତ୍ତି ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ନଜର ଆସୁଛନ୍ତି । ସେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରିବା ସହ ତାଙ୍କ ସହ ସମ୍ପୃକ୍ତ ଥିବା ଅନେକ ଜିନିଷ ଫ୍ୟାନ୍ସଙ୍କ ସହ ସେୟାର କରିବାରେ ଲାଗିଛନ୍ତି । କେବେ ଭାଇ ସୁଶାନ୍ତଙ୍କୁ ନେଇ ଭାବବିହ୍ବଳ ପୋଷ୍ଟ କରୁଛନ୍ତି ତ ଆଉ କେବେ ତାଙ୍କ ପୁରୁଣା ସ୍ମୃତି ସେୟାର କରି ଫ୍ୟାନ୍ସଙ୍କୁ ମଧ୍ୟ ଭାବୁକ କରିଦେଇଛନ୍ତି । ସୋମବାର ସେ ସୋସିଆଲ ମିଡିଆରେ ସୁଶାନ୍ତଙ୍କର କିଛି କୋଲାଜ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସୁଶାନ୍ତ ଭଉଣୀ ରାନି ସିଂଙ୍କ ବିବାହ ବାର୍ଷିକୀରେ ଡାନ୍ସ କରୁଥିବାର ଦେଖାଯାଉଛନ୍ତି ।

ପ୍ରଥମ ଦୁଇଟି ଫଟୋରେ ସୁଶାନ୍ତ ଶ୍ବେତାଙ୍କ ସହ ଡାନ୍ସ କରିବା ପାଇଁ ଗୋଡ ହଲାଉଥିବାର ଦେଖାଯାଉଛନ୍ତି । ସେହିପରି ଫଟୋରେ ସେ ବ୍ଲାକ ସର୍ଟ ବ୍ଲୁ ଜିନ୍ସରେ ଖୁବ୍ ହ୍ୟାଣ୍ଡସମ ନଜର ଆସୁଛନ୍ତି । ତୃତୀୟ ଫଟୋରେ ଚାରି ଭଉଣୀଙ୍କ ସହ ଫଟୋ କ୍ଲିକ କରିବାକୁ ଠିଆ ହୋଇଛନ୍ତି ।

ଇନଷ୍ଟାଗ୍ରାମରେ ଏହି ସବୁ ଫଟୋ ସେୟାର କରି ଶ୍ବେତା ଲେଖିଛନ୍ତି, ‘ଭାଇ ଆଉ ମୁଁ 2010 ମେ ମାସରେ । ଆମେମାନେ ଫେମସ ଗୀତ ତୁ ଚିଜ୍ ବଡି ହେ ମସ୍ତ ମସ୍ତରେ ନାଚିଥିଲୁ । ରାନି ଦିଦିଙ୍କ 20ତମ ବିବାହ ବାର୍ଷିକୀରେ ।’ ସେହିପରି ସେ ସୁଶାନ୍ତଙ୍କ ଆଉ ଏକ ଭିଡିଓ କ୍ଲିପ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ପିଲାମାନଙ୍କୁ ପାଠପଢା ସାମଗ୍ରୀ ଦେଉଥିବାର ନଜର ଆସୁଛନ୍ତି ସେ । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ଦୟାଳୁ ବ୍ୟକ୍ତି । ମୋ ଭାଇ ବେଷ୍ଟ । ଜଷ୍ଟିସ ଫର ସୁଶାନ୍ତ । ଗ୍ଲୋବାଲ ପ୍ରେୟାର ଫର ସୁଶାନ୍ତ ।’ ଆପଣ ବି ଦେଖନ୍ତୁ ସୁଶାନ୍ତଙ୍କ ଏହି ପୁରୁଣା ସ୍ମୃତି....

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.