ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲା: ସିବିଆଇ ଯାଞ୍ଚ ପାଇଁ ମୋଦିଙ୍କୁ ଚିଠି

ସୁଶାନ୍ତଙ୍କ ଆତ୍ମହତ୍ୟାରେ ସିବିଆଇ ଯାଞ୍ଚ କଥା ଚର୍ଚ୍ଚାର ବିଷୟ ପାଲଟିଛି। କିଛି ସେଲିବ୍ରିଟିଙ୍କଠୁ ନେଇ ରାଜନେତା ମଧ୍ୟ ଦାବି କରୁଛନ୍ତି ସିବିଆଇ ଯାଞ୍ଚ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 17, 2020, 7:12 PM IST

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ମାସ ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏଯାବତ ତାଙ୍କ ମୃତ୍ୟୁକୁ କେହି ବିଶ୍ବାସ କରିପାରୁନାହିଁନ୍ତି । ସେପଟେ ମୁମ୍ବାଇ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଜାଣିବା ପାଇଁ କ୍ରମାଗତ ତଦନ୍ତ ଚଳାଇଛି। କିଛି ଦିନରୁ ବଲିଉଡର ଅନେକ ସେଲିବ୍ରିଟି ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ଦାବି କରିଆସୁଛନ୍ତି । ଖାଲି ସେଲିବ୍ରିଟି ନୁହେଁ ଦେଶର ଅନେକ ବଡ ରାଜନେତା ତାଙ୍କ କେସରେ ସିବିଆଇ ଯାଞ୍ଚ ଦାବି କରିଛନ୍ତି । ଯାହାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖାଯାଇଛି ।

ଇତିମଧ୍ୟରେ ବିଜେପି ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ବାମୀଙ୍କ ଓକିଲ ଈଶକରନ, ସୁଶାନ୍ତଙ୍କ ମୃତ୍ୟୁରେ ନୂଆ ସୂଚନା ଦେଇଛନ୍ତି। ଈଶକରନ କିଛି ଦିନରୁ ସୁଶାନ୍ତଙ୍କ ମାମଲାରେ ସୋସିଆଲ ମିଡିଆରେ କ୍ରମାଗତ ସୂଚନା ଦେଇଆସୁଛନ୍ତି।

ଆଉ ଏବେ ସେ ଅଭିନେତାଙ୍କ ଫ୍ୟାନ୍ସଙ୍କୁ ଆଶ୍ବସ୍ତି ଦେଇଛନ୍ତି ଯେ ତାଙ୍କୁ ନ୍ୟାୟ ମିଳିବ ବୋଲି । ସେ ଟ୍ବିଟ କରି ଲେଖିଛନ୍ତି, ‘ଅନେକ ଲୋକ ଏବେ ଆଶା ହରାଇସାରିଲେଣି କି ସୁଶାନ୍ତଙ୍କୁ ନ୍ୟାୟ ମିଳିବ କି ନାହିଁ। ତେଣୁ ମୁଁ ଭାବିଛି ଏହି ମାମଲାରେ ସିବିଆଇ ଯାଞ୍ଚ ନିହାତି କରାଇବି। ଏବେ ଏହି ମାମଲାରେ ପ୍ରଗତି ହେଉଥିବାର ଦେଖିବାକୁ ମିଳୁଛି । ଦୀର୍ଘ ସମୟ ଲାଗିବ ହେଲେ ନ୍ୟାୟ ମିଳିବ।’

ଏହାସହ ସେ ମୁମ୍ବାଇ ପୋଲିସକୁ ଚିଠି ଲେଖିଛନ୍ତି ଯେ ସୁଶାନ୍ତଙ୍କ ମୁମ୍ବାଇ ଫ୍ଲାଟ ସିଲ କରିବା ସହ ତାଙ୍କ ଜିନିଷ ସମ୍ଭାଳି ରଖିବା ଉଚିତ ହେବ । କାରଣ ଏଯାବତ ପୋଲିସ ସୁଶାନ୍ତଙ୍କ ଫ୍ଲାଟକୁ ଠିକ୍ ରୂପେ ସିଲ କରିନାହିଁ।

ସେପଟେ ସୁବ୍ରମଣ୍ୟମ ଏହି ମାମଲାରେ ସିବିଆଇ ଯାଞ୍ଚ ପାଇଁ ପିଏମ ମୋଦିଙ୍କୁ ଚିଠି ଲେଖିଛନ୍ତି, ‘ମୋର ଓକିଲ ଈଶକରନ ଭଣ୍ଡାରୀ ସୁଶାନ୍ତଙ୍କ ଆତ୍ମହତ୍ୟାରେ କିଛି ରିସର୍ଚ କରିଛନ୍ତି। ଏଫଆଇଆର ରୁଜୁ ହେବା ପରଠୁ ପୋଲିସ ତଦନ୍ତ କରୁଛି । ହେଲେ ମୁଁ ସୂଚନା ପାଇଛି ଯେ ତାଙ୍କ ମୃତ୍ୟୁରେ ବଲିଉଡର ଅନେକ ଫେମସ କଳାକାରଙ୍କ ହାତ ଅଛି । ଯେଉଁମାନଙ୍କର ଦୁବାଇ ଡନଙ୍କ ସହ ସମ୍ପର୍କ ଭଲ ଅଛି। ପୋଲିସ ତଦନ୍ତ ଦ୍ବାରା ଏହାକୁ କଭର-ଅପ କରିବାକୁ ଚାହୁଁଛି । ଯାହାଦ୍ବାରା ସାବ୍ୟସ୍ତ ହେବ ଯେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ବୋଲି।’

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.