ମୁମ୍ବାଇ: ଆଜି(ରବିବାର) ସେରଶାହା ଆକ୍ଟର ସିଦ୍ଧାର୍ଥ ମଲହୋତ୍ରା ୩୭ ବର୍ଷ ବୟସରେ ପାଦ ଥାପିଛନ୍ତି । ସିଦ୍ଧାର୍ଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରୁମର ଗର୍ଲଫ୍ରେଣ୍ଡ କିଆରା ଆଡ଼ଭାନୀ । କିଆରା ସୋସିଆଲ ମିଡ଼ିଆରେ ଏକ ଫଟୋ ପୋଷ୍ଟ କରି ନିଜ କୋ-ଆକ୍ଟରଙ୍କୁ ଏକ ସ୍ବିଟ ମେସେଜ୍ ଦେଇଛନ୍ତି ।
କିଆରା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେରସାହା ଫିଲ୍ମର ଏକ ସିନ୍ର ଫଟୋ ସେୟାର କରି ସେଥିରେ ଲେଖିଛନ୍ତି ଯେ, "ହାପି ହାପି ଡିଅରେଷ୍ଟ ୱାନ ।" ଏଥିରେ ସେ ଏକ ହାର୍ଟ ଇମୋଜି ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ସିଦ୍ଧାର୍ଥ ଓ କିଆରା ଉଭୟଙ୍କ ହାତକୁ ଧରିଥିବାର ଏକ ଫଟୋ ରହିଛି । ଏହି ଯୋଡ଼ି ପରସ୍ପରକୁ ଡେଟ୍ କରୁଥିବା ଶୁଣିବାକୁ ମିଳୁଛି । ଉଭୟ ଅନେକ ସ୍ଥାନକୁ ଏକାଠି ଛୁଟି ଦିନ କାଟିବା ପାଇଁ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।
ମାତ୍ର ରିଲେସନସିପ୍କୁ ନେଇ ଉଭୟ କୌଣସି ସ୍ପଷ୍ଟତା ଦେଇ ନାହାନ୍ତି । ଏହାସହିତ ରିଲେସନସିପ୍କୁ ନେଇ ମନା ମଧ୍ୟ କରିନାହାନ୍ତି । ଗତ କିଛି ଦିନ ପୂର୍ବରୁ ଏହି ଯୋଡ଼ି ନୂଆବର୍ଷ ପାଳିବା ପାଇଁ ଏକାଠି ରାଜସ୍ଥାନକୁ ଗସ୍ତ କରିଥିଲେ । ତେବେ ସୂଚନା ଥାଉ କି ସିଦ୍ଧାର୍ଥ ଓ କିଆରାଙ୍କୁ ପ୍ରଥମେ 'ସେରସାହା' ଫିଲ୍ମରେ ଏକାଠି ଦେଖିବାକୁ ମିଳିଥିଲା । ଫିଲ୍ମରେ ଉଭୟ ଚମତ୍କାର ଅଭିନୟ କରିଥିବା ବେଳେ ଦର୍ଶକ ଏହି ଯୋଡ଼ିକୁ ଖୁବ ପସନ୍ଦ କରିଥିଲେ ଏବଂ ବକ୍ସ ଅଫିସରେ ଫିଲ୍ମଟି ଭଲ ରୋଜଗାର କରିଥିଲା ।
@ANI