ମୁମ୍ବାଇ: ବଲିଉଡର ମାମାଜ ବୟ ରୂପେ ପରିଚିତ କାର୍ତ୍ତିକ ଆର୍ୟନ ବର୍ତ୍ତମାନ ନିଜର ଆଗାମୀ ଫିଲ୍ମ ‘ପତି ପତ୍ନୀ ଔର ୱୋ’କୁ ନେଇ ଚର୍ଚ୍ଚାରେ । ଫିଲ୍ମରେ ତାଙ୍କ ସହ ପ୍ରଥମଥର ରୋମାନ୍ସ କରିବେ ଅଭିନେତ୍ରୀ ଭୂମି ପେଡେନକର ଓ ଅନନ୍ୟା ପାଣ୍ଡେ । ତାଙ୍କ ମଜାଦାର ଅଭିନୟ ଦେଖିବାକୁ ଏକ୍ସାଇଟେଡ ଦର୍ଶକ । ନିକଟରେ କାର୍ତ୍ତିକ ‘ପତି ପତ୍ନୀ ଔର ୱୋ’ର ଷ୍ଟାରକାଷ୍ଟଙ୍କ ସହ ଏକ ରାପ ଶୋରେ ନଜର ଆସିଥିଲେ । ଆଉ ସବୁ ଷ୍ଟାର୍ସଙ୍କ ରାପ ୱାକ ମଧ୍ୟ ଦେଖିବାକୁ ମିଳିଥିଲା ।
- " class="align-text-top noRightClick twitterSection" data="
">
କାର୍ତ୍ତିକଙ୍କ ନାମ ସବୁବେଳେ ଚୁଲବୁଲି ସାରା ଅଲ୍ଲୀ ଖାନ ଓ ଅନନ୍ୟାଙ୍କ ସହ ଯୋଡା ଯାଏ । ଇତିମଧ୍ୟରେ କ୍ୟୁଟ କାର୍ତ୍ତିକଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଆଉ ନିଜ ବିବାହ ଉପରେ ମୁହଁ ଖୋଲିଛନ୍ତି କାର୍ତ୍ତିକ।
- View this post on Instagram
👸🏻👑👸🏻 #PatiPatniAurWoh 👫💃🏻 Thank you @abujanisandeepkhosla for an epic night 🔥
">
ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ବିବାହ କରିବା ବିଷୟରେ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଥିଲେ କି ବିବାହ କରିବା ପାଇଁ ପ୍ରଥମେ ସେ ମାଆଙ୍କୁ ପଚାରିବେ । ଏବେ ସେ ନିଜ କ୍ୟାରିୟର ଗଢିବାରେ ବ୍ୟସ୍ତ। ତେଣୁ ବିବାହ କରିବାର କୌଣସି ଉଦ୍ଦେଶ୍ୟ ବର୍ତ୍ତମାନ ନାହିଁ । ଖାଲି ଏତିକି ନୁହେଁ ସେ ଏମିତି ଏକ କଥା କହି ଫିମେଲ ଫ୍ୟାନ୍ସଙ୍କ ହୃଦୟ ମଧ୍ୟ ଭାଙ୍ଗିଛନ୍ତି।
ବର୍ତ୍ତମାନ ତାଙ୍କ ପାଖରେ ପ୍ରେମ ପାଇଁ କୌଣସି ସମୟ ନାହିଁ । ସବୁ ଧ୍ୟାନ ତାଙ୍କର କେବଳ କ୍ୟାରିୟର ଉପରେ ଅଛି । ହୁଏତଃ କାର୍ତ୍ତିକଙ୍କ ଏହି କଥାରେ ଅନେକ ଫମେଲ ଫ୍ୟାନ୍ସଙ୍କୁ ନିହାତି ଦୁଃଖ ଲାଗିଥିବ । କାରଣ କାର୍ତ୍ତିକଙ୍କ ପଛରେ ଦିୱାନୀ ଥିବା ଫିମେଲ ଫ୍ୟାନ ନିଜ ଡ୍ରିମ ବୟ ରୂପେ ତାଙ୍କୁ ଦେଖୁଛନ୍ତି।