ETV Bharat / sitara

ଫାଷ୍ଟ ଡାନ୍ସ ନମ୍ବର ଫଟୋ ପୋଷ୍ଟ କଲେ ଲୋଲୋ

ଭାଇରାଲ ହେଲା କରିସ୍ମାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଗୋବିନ୍ଦାଙ୍କ ସହ ଡାନ୍ସ ଫଟୋ ପୋଷ୍ଟ କରି ବର୍ତ୍ତମାନ ଚର୍ଚ୍ଚାରେ ସେ । ତାଙ୍କ ହୁସନ ହେ ସୁହାନା ଗୀତର ଥ୍ରୋବ୍ୟାକ ଫଟୋ କମେଣ୍ଟ କରୁଛନ୍ତି ସେଲିବ୍ରିଟି ।

author img

By

Published : Dec 12, 2020, 12:17 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ କରିସ୍ମା କପୁର ଓ ଗୋବିନ୍ଦାଙ୍କ ସୁପରଡୁପର ହିଟ୍ ଫିଲ୍ମ ‘କୁଲି ନଂ 1’ ରିମେକ ନେଇ ଖୁବଶୀଘ୍ର ନଜର ଆସିବେ ପପୁଲାର ଆକ୍ଟର ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ । ନିକଟରେ ଫିଲ୍ମର ଦମଦାର କମେଡି ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ସମସ୍ତେ । ଏହାପରେ ଫିଲ୍ମର ପପୁଲାର ଡାନ୍ସ ସଙ୍ଗ ‘ହୁସନ ହେ ସୁହାନା’ ଗୀତ ରିଲିଜ କରିଥିଲେ ମେକର୍ସ । ଏହି ଗୀତ ଏବେ ଦର୍ଶକଙ୍କ ମନ କିଣିଛି । ହେଲେ ଇତିମଧ୍ୟରେ କରିସ୍ମା ନିଜ ଅଭିନୀତ ସେହି ଗୀତର ଏକ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ । ଆଉ ଲୋକପ୍ରିୟ ଅଭିନେତା ରଣବୀର ସିଂ ଏହା ଉପରେ କମେଣ୍ଟ କରି ଲେଖିଛନ୍ତି ସ୍ପେଶାଲ କଥା ।

ଶୁକ୍ରବାର କରିସ୍ମା ଇନଷ୍ଟାଗ୍ରାମରେ ଗୋବିନ୍ଦାଙ୍କ ନିଜର ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ଜଣାଇଥିଲେ, ‘ହୁସନ ହେ ସୁହାନା ମୋ ଫାଷ୍ଟ ଡାନ୍ସ ନଂ ଥିଲା ଗୋବିନ୍ଦାଙ୍କ ସହ । ଡେଭିଡ ଏବଂ ଗୋବିନ୍ଦାଙ୍କ ସହ ମୋର ଏହା ଶାନଦାର ଯାତ୍ରା ଥିଲା । ଯେଉଁଥିରେ ଆମେ ସୁପର ଫନ ମଧ୍ୟ କରିଥିଲୁ ।’

ଏହାସହ ସେ ‘କୁଲି ନଂ 1’ ରିମେକର ସବୁ ମେମ୍ବରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ସେପଟେ ତାଙ୍କ ଏହି ପୋଷ୍ଟରେ କମେଣ୍ଟ କରି ‘କୁଇନ’ ଲେଖିଛନ୍ତି ରଣବୀର । ତାଙ୍କ ବ୍ୟତୀତ ବରୁଣ କହିଛନ୍ତି, ‘ଆଇକୋନିକ ଲଭ ୟୁ ଲୋଲୋ ।’

ପ୍ରକାଶ ଥାଉକି ଏମାସ 25 ତାରିଖ ତଥା ଖ୍ରୀଷ୍ଟମାସ ଅବସରରେ ଫିଲ୍ମ ରିଲିଜ କରିବାକୁ ସ୍ଥିର କରିଛନ୍ତି ମେକର୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.