ETV Bharat / sitara

ବଢିଲା କରନ ଜୋହରଙ୍କ ଅଡୁଆ! ଫରେନ୍ସିକ୍ ରିପୋର୍ଟରେ ମହାଖୁଲାସା - Karan Johar's 2019 party video

ବଢିଲା କରନ ଜୋହରଙ୍କ ଅଡୁଆ । ଭାଇରାଲ ହୋଇଥିବା ଭିଡିଓ ଜାଲିଆତି ହୋଇନାହିଁ। ଏନସିବିକୁ ଫରେନ୍ସିକ୍ ରିପୋର୍ଟରେ ହେଲା ମହାଖୁଲାସା। ଭାଇରାଲ ହୋଇଥିବା କରନ ଜୋହରଙ୍କ ପାର୍ଟିର ଭିଡିଓ ଯାଞ୍ଚ ପରେ ଏହି ସତ୍ୟତା ପଦାକୁ ଆସିଲା।

ବଢିଲା କରନ ଜୋହରଙ୍କ ଅଡୁଆ
ବଢିଲା କରନ ଜୋହରଙ୍କ ଅଡୁଆ
author img

By

Published : Sep 27, 2020, 6:01 PM IST

ନୂଆଦିଲ୍ଲୀ: ବଢିଲା କରନ ଜୋହରଙ୍କ ଅଡୁଆ । ଭାଇରାଲ ହୋଇଥିବା ଭିଡିଓ ଜାଲିଆତି ହୋଇନାହିଁ। ଏନସିବିକୁ ଫରେନ୍ସିକ୍ ରିପୋର୍ଟରେ ହେଲା ମହାଖୁଲାସା। ଭାଇରାଲ ହୋଇଥିବା କରନ ଜୋହରଙ୍କ ପାର୍ଟିର ଭିଡିଓ ଯାଞ୍ଚ ପରେ ସତ୍ୟତା ପଦାକୁ ଆସିଲା।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ଖୋଲୁଛି ବଲିଉଡରେ କଳା ଧନ୍ଦାର ଗୋଟିଏ ପରେ ଗୋଟିଏ ଫର୍ଦ୍ଧ। ସୁଶାନ୍ତ ସିଂ ବାନ୍ଧବୀ ରିଆ ଚକ୍ରବର୍ତ୍ତି ଡ୍ରଗ୍ସ ଲିଙ୍କରେ ଗିରଫ ହେବା ପରେ ନାମୀଦାମୀ କଳାକାର ଏବେ ଏନସିବି ସ୍କାନରରେ। ବଲିଉଡର ହାଇ ପ୍ରୋଫାଇଲ ସେଲିବ୍ରେଟିଙ୍କ ଡ୍ରଗ୍ସ ଲିଙ୍କକୁ ନେଇ ଚାଲିଛି ତନାଘନା।

ରିଆଙ୍କ ଖୁଲାସା ପରେ ଭାଇରାଲ ହ୍ବାଟସାପ୍ ଚାଟ୍ ଏବେ ଡ୍ରଗ୍ସ କାରବାରର କଳା ଧନ୍ଦାକୁ ପଦାରେ ପକାଇଛି। ରକୁଲ ପ୍ରୀତ ସିଂ, ସାରା ଅଲ୍ଲି ଖାନ, ଦୀପିକା ପାଦୁକୋନ ଓ ଶ୍ରଦ୍ଧା କପୁରଙ୍କୁ ମାରାଥାନ ଜେରା ପରେ କରନ ଜୋହରଙ୍କ ପାର୍ଟିର ଭାଇରାଲ ଭିଡିଓ ଆଳୁ ଖୋଳୁ ଖୋଳୁ ମହାଦେବଙ୍କୁ ପାଇବା ପରି ବଲିଉଡ ଷ୍ଟାରର୍ସଙ୍କ ଅଡୁଆ ବଢେଇଲା।

ଏପଟେ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନର ଏକଜ୍ୟୁକ୍ଯୁଟିଭ୍ ଡାଇରେକ୍ଟରଙ୍କୁ ଗିରଫ ପରେ ଆଗକୁ କାହାକୁ ଗିରଫ କରୁଛି ଏନସିବି ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।

ଏହି ଭାଇରାଲ ଭିଡିଓ 28 ଜୁଲାଇ 2019 ରେ କରନ ଜୋହରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିଲା। ଏଥିରେ ଦୀପିକା ପାଦୁକୋନ, ଅର୍ଜୁନ କପୁର, ମଲାଇକା ଆରୋରା, ଶାହୀଦ କପୁର, ରଣବୀର କପୁର, ବିକି କୌଶଲ, ବରୁଣ ଧାୱନଙ୍କ ସମେତ ଅନେକ ବଲିଉଡ ସେଲିବ୍ରିଟି ଦେଖାଯାଇଥିଲେ।

ମଞ୍ଜିନ୍ଦର ସିଂ ସିର୍ସା ଏହି ଭିଡିଓ ଉପରେ କରନ ଜୋହର ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଏବଂ ପାର୍ଟିରେ ଉପସ୍ଥିତ ଥିବା ବ୍ୟକ୍ତିଙ୍କ ଦ୍ୱାରା ଡ୍ରଗ୍ସ ବ୍ୟବହାର କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.