ETV Bharat / sitara

ଜାସୁସ ସାଜିବେ କୁଇନ

ସାଇକୋ ପରେ ଜାସୁସ ଭୂମିକାରେ ପରଦାରେ ନଜର ଆସିବେ କଙ୍ଗନା ରଣାୱତ । କଙ୍ଗନାଙ୍କ 'ଧାକଡ' ଫିଲ୍ମ ଜରିଆରେ ଆକ୍ସନର ଓଭରଡୋଜ ଦେଖିବାକୁ ପାଇବେ ଦର୍ଶକ ।

author img

By

Published : Jul 23, 2019, 9:42 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତଙ୍କ ଫିଲ୍ମ 'ଜଜମେଣ୍ଟାଲ ହେ କ୍ୟା' ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଫିଲ୍ମଟି ଅନେକ ବିବାଦ ପାଇଁ ଚର୍ଚ୍ଚା ଘେରରେ ମଧ୍ୟ ଆସିସାରିଛି । ଜୁଲାଇ 26ରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମରେ କଙ୍ଗନା ଜଣେ ସାଇକୋଟିକ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ରିଲିଜ ପରେ କଙ୍ଗନା ଆଉ ଏକ ପ୍ରୋଜେକ୍ଟ ନେଇ ପରଦାରେ ନଜର ଆସିବେ । ତାଙ୍କର ଆଗାମୀ ଫିଲ୍ମଟି ହେଲା 'ଧାକଡ' ।

ଫିଲ୍ମ 'ଧାକଡ'ର ପୋଷ୍ଟର ପୂର୍ବରୁ ହିଁ ରିଲିଜ ହୋଇସାରିଛି । କିନ୍ତୁ ଫିଲ୍ମର କାହାଣୀ କିପରି ହେବ ଏବଂ କଙ୍ଗନା କେଉଁ ଭୂମିକାରେ ଅଭିନୟ କରିବେ ତାନେଇ ଏଯାବତ କୌଣସି ଖୁଲାସା ହୋଇନାହିଁ ।

ଫିଲ୍ମକୁ ନେଇ କଙ୍ଗନା ଏକ ସାକ୍ଷାତକାରରେ ଅନେକ ରହସ୍ୟ ଉପରୁ ପରଦା ଉଠାଇଥିଲେ । ଫିଲ୍ମଟି ଫିମେଲ ସେଣ୍ଟର ଆକ୍ସନ ଥ୍ରିଲର । ଫିଲ୍ମରେ ସେ ଜାସୁସ ଭୂମିକାରେ ନଜର ଆସିବେ । ତାଙ୍କ ଅନୁଯାୟୀ 'ଧାକଡ' ବଡ ପ୍ରୋଜେକ୍ଟ ଫିଲ୍ମ । 'ଧାକଡ' ଏପରି ଫିଲ୍ମ ଯାହା ଏଯାବତ ହିନ୍ଦୀ ଫିଲ୍ମରେ ଦେଖିବାକୁ ମିଳିନାହିଁ ବୋଲି କହିଥିଲେ କଙ୍ଗନା ।

ପ୍ରକାଶ ଥାଉକି ରିଲିଜ ହୋଇଥିବା 'ଧାକଡ' ଫିଲ୍ମ ଦୁଇଟି ପୋଷ୍ଟରେ କଙ୍ଗନାଙ୍କ ଦମଦାର ଲୁକ ଦେଖିବାକୁ ମିଳିଥିଲା । ଆଉ ଏହି ପୋଷ୍ଟର ଦେଖି ଅନ୍ଦାଜ ଲଗାଯାଉଛି ଯେ ଆକ୍ସନର ତଡକା ନେଇ ପରଦାରେ ନଜର ଆସିବେ କଙ୍ଗନା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.