ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ଏବେ ସମସ୍ତଙ୍କ ସହ ପଙ୍ଗା କରୁଥିବାର ନଜର ଆସୁଛନ୍ତି। ପ୍ରତିବର୍ଷ ଜାନୁଆରୀ 10 ତାରିଖକୁ ବିଶ୍ବ ହିନ୍ଦୀ ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ କଙ୍ଗନା ମଧ୍ୟ ପଙ୍ଗା ନେବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଏଥର ସେ କୌଣସି ମଣିଷଙ୍କ ସହ ନୁହେଁ ବରଂ ଇଂରାଜୀ ଭାଷା ସହ ପଙ୍ଗା ନେଇଛନ୍ତି। ସେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଏହାର ସୂଚନା ଦେଇଛନ୍ତି । ଯାହା ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଇନଷ୍ଟାଗ୍ରାମରେ କଙ୍ଗନା ଏକ ଭିଡିଓ ସେୟାର କରି ବିନ୍ଦାସ ଅନ୍ଦାଜରେ ନଜର ଆସୁଛନ୍ତି। ଏହାସହ ସେ ଇଂରାଜୀ ଭାଷା ବିରୋଧରେ ପ୍ରତିକ୍ରିୟା ରଖିଛନ୍ତି। ଖାଲି ଏତିକି ନୁହେଁ ସେ ପିଲାକୁ ହିନ୍ଦୀ ନଆସିବା ଏବଂ ଇଂରାଜୀ ପଢାଇବା ଉପରେ ଗର୍ବ କରୁଥିବା ଅଭିଭାବକଙ୍କୁ କହିଛନ୍ତି ଏହା ଠିକ୍ କାମ ନୁହେଁ। ଏହାସହ ସେ ମା'ଙ୍କ ହାତର ରୁଟି ଏବଂ ପିଜ୍ଜା ମଧ୍ୟରେ ଥିବା ପାର୍ଥକ୍ୟ ମଧ୍ୟ ଜଣାଇଛନ୍ତି।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି କଙ୍ଗନା ବର୍ତ୍ତମାନ ନିଜ ଆଗାମୀ ଫିଲ୍ମ ‘ପଙ୍ଗା’ ପ୍ରମୋଶନରେ ଖୁବ୍ ବ୍ୟସ୍ତ। ଫିଲ୍ମରେ ସେ ଜଣେ କବାଡି ଖେଳାଳି ହେବା ସହ ମା' ଭୂମିକାରେ ମଧ୍ୟ ନଜର ଆସିବେ। ନିକଟରେ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଥିଲା। ଯେଉଁଥିରେ ଜଣେ କବାଡୀ ଖେଳାଳିର ସଂଘର୍ଷମୟ କାହାଣୀ ଦେଖିବାକୁ ମିଳିଥିଲା । ଆସନ୍ତା 24 ତାରିଖରେ ଫିଲ୍ମ ରିଲିଜ ହେବାକୁ ଯାଉଛି।