ETV Bharat / sitara

ଦୀପିକାଙ୍କ ଜେଏନୟୁ ମାମଲାରେ କଙ୍ଗନାଙ୍କ ପ୍ରତିକ୍ରିୟା - କଙ୍ଗନା ରଣାୱତଙ୍କ ବୟାନ

କଙ୍ଗନା କେବେ ମଧ୍ୟ ଦେଶକୁ ବିଭାଜିତ କରୁଥିବା ଗ୍ୟାଙ୍ଗକୁ ସମର୍ଥନ କରିବେ ନାହିଁ ବୋଲି ଏକ ସାକ୍ଷାତକାରରେ ବୟାନ ଦେଇଛନ୍ତି । ଦୀପିକା ପାଦୁକୋନଙ୍କ ଜେଏନୟୁ ମାମଲା ଉପରେ ପ୍ରତିକ୍ରିୟା ରଖି ଏମିତି କହିଥିଲେ ସେ ।

kangana ranaut
ଡିଜାଇନ ଫଟୋ
author img

By

Published : Jan 16, 2020, 7:41 PM IST

ମୁମ୍ବାଇ: ଦୀପିକା ପାଦୁକୋନ ନିକଟରେ ଜେଏନୟୁ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ଚର୍ଚ୍ଚାରେ ଆସିଥିଲେ । ତାଙ୍କର ଏପରି ବ୍ୟବହାରରେ ଅନେକ ଲୋକ କ୍ରୋଧିତ ହୋଇ ତାଙ୍କ ଅଭିନୀତ ଫିଲ୍ମ ‘ଛପାକ’ର ବଏକଟ ସୋସିଆଲ ମିଡିଆରେ କରିଥିଲେ । ହେଲେ ଗତ ଶୁକ୍ରବାର ରିଲିଜ ହୋଇଯାଇଛି ‘ଛପାକ’ । ତାଙ୍କ ଜେଏନୟୁ ଯିବା ମାମଲାରେ ଅନେକ ସେଲିବ୍ରିଟି ପ୍ରତିକ୍ରିୟା ଦେଇସାରିଛନ୍ତି । ଆଉ ଏବେ ଏହି ମାମଲାରେ ବୟାନ ଦେଇଛନ୍ତି ବି-ଟାଉନର କୁଇନ କଙ୍ଗନା ରଣାୱତ ।

ଏକ ସାକ୍ଷାତକାରରେ କଙ୍ଗନାଙ୍କୁ ଯେବେ ଦୀପିକାଙ୍କ ଜେଏନୟୁ ମାମଲା ବିଷୟରେ ପ୍ରଶ୍ନ କରାଯାଇଥିଲା । ସେ ନିଜ ବୟାନରେ କହିଥିଲେ, ‘ଦୀପିକା ଜାଣିଛନ୍ତି ସେ କଣ କରୁଛନ୍ତି । ସବୁ ଜିନିଷକୁ ନେଇ ଦୀପିକାଙ୍କର ମଧ୍ୟ ଗଣତାନ୍ତ୍ରିକ ଅଧିକାର ଅଛି । ଯାହାର ବ୍ୟବହାର ସେ କରିଥିଲେ । ଦୀପିକା ଯେଉଁ ଷ୍ଟାଣ୍ଡ ନେଇଛନ୍ତି, ମୁଁ ତାହା ଉପରେ କିଛି କହିବାକୁ ଚାହୁଁନାହିଁ । କାରଣ ଅନ୍ୟଙ୍କ ଷ୍ଟାଣ୍ଡ ଉପରେ ମୋର କହିବାର କୌଣସି ଅଧିକାର ନାହିଁ । ସେ ଏହା କରିଥିଲେ ଭଲ ହୋଇଥାଆନ୍ତା ତାହା କରିଥିଲେ ଭଲ ହୋଇଥାଆନ୍ତା ଏମିତି କହିବାର ମୋର ଅଧିକାର ନାହିଁ ।’

ତାଙ୍କ ରାୟ ଉପରେ ପଚରାଯିବାକୁ ସେ କହିଥିଲେ ଯେ ଯଦି ତାଙ୍କ ଉପରକୁ କଥା ଆସେ ତେବେ ସେ ଏପରି କରିନଥାଆନ୍ତେ । ସେ କେବେ ମଧ୍ୟ ଟୁକଡା ଟୁକଡା ଗ୍ୟାଙ୍ଗ ପଛରେ ଠିଆ ହେବେ ନାହିଁ । କିଛି ବି ହୋଇଯାଉ ସେ ଦେଶକୁ ବିଭାଜିତ କରୁଥିବା କୌଣସି ସଂଗଠନର ସମର୍ଥନ କରିବେ ନାହିଁ ।

Intro:Body:

A

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.