ନୂଆଦିଲ୍ଲୀ: ପୁଣି କଳା ଜଗତରେ କୋରୋନା ଭୟ । ଟଳିଲା କିଛି ଫିଲ୍ମର ରିଲିଜ ତାରିଖ । ଯାହାକୁ ନେଇ ଏବେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଥଲାଇଭି’ର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି।
ଯାହକୁ ନେଇ ଏବେ ପ୍ରଶ୍ନ ଉଠୁଛି ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ରାଧେ'ର ରିଲିଜ୍ ତାରିଖ ମଧ୍ୟ ସ୍ଥଗିତ ରଖାଯିବ କି ? ଏହାପୂର୍ବରୁ ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଚେହେରେ' ର ରିଲିଜ୍ ତାରିଖକୁ ସ୍ଥଗିତ ରଖାଯାଇଥିଲା ।
-
Theater business can only be revived if theatres open 🙏@thearvindswami #Vijay @vishinduri @ShaaileshRSingh @BrindaPrasad1 @neeta_lulla #HiteshThakkar @urstirumalreddy #RajatArora #BhushanKumar @KarmaMediaent @TSeries @vibri_media @ZeeStudios_ #SprintFilms #GothicEntertainment pic.twitter.com/HZnkgFo3Au
— Kangana Ranaut (@KanganaTeam) April 9, 2021 " class="align-text-top noRightClick twitterSection" data="
">Theater business can only be revived if theatres open 🙏@thearvindswami #Vijay @vishinduri @ShaaileshRSingh @BrindaPrasad1 @neeta_lulla #HiteshThakkar @urstirumalreddy #RajatArora #BhushanKumar @KarmaMediaent @TSeries @vibri_media @ZeeStudios_ #SprintFilms #GothicEntertainment pic.twitter.com/HZnkgFo3Au
— Kangana Ranaut (@KanganaTeam) April 9, 2021Theater business can only be revived if theatres open 🙏@thearvindswami #Vijay @vishinduri @ShaaileshRSingh @BrindaPrasad1 @neeta_lulla #HiteshThakkar @urstirumalreddy #RajatArora #BhushanKumar @KarmaMediaent @TSeries @vibri_media @ZeeStudios_ #SprintFilms #GothicEntertainment pic.twitter.com/HZnkgFo3Au
— Kangana Ranaut (@KanganaTeam) April 9, 2021
କଙ୍ଗନା ଟ୍ବିଟ୍ କରି କହିଛନ୍ତି ଯେ, କୋରୋନା ବଢୁଥିବା ଯୋଗୁଁ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖକୁ ଆଗକୁ ଘୁଞ୍ଚାଇ ଦେଇଛନ୍ତି । କୋଭିଡ ଯୋଗୁଁ ଫିଲ୍ମ ଆଉ ଏପ୍ରିଲ 23 ରେ ରିଲିଜ ହେବ ନାହିଁ । ଏବେ କିନ୍ତୁ ଫିଲ୍ମର ନୂଆ ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।
ପ୍ରକାଶ ଥାଉ ଯେ, ନିକଟରେ ଫିଲ୍ମ 'ଥଲାଇଭି'ର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । 'ଥଲାଇଭି' ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଏ.ଏଲ୍ ବିଜୟ। ଏହାର ନିର୍ମାତାମାନେ ହେଉଛନ୍ତି ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀ ଏବଂ ଶୌଲେଶ ଆର ସିଂ।